ହିଟ୍ ଆଣ୍ଡ୍ ରନ୍ ମାମଲା : ମା’,ଝିଅଙ୍କୁ ଜୀବନରୁ ମାରି ମନାଲି ବୁଲୁଥିଲେ, ବନ୍ଧା ହେଲେ ସ୍କର୍ପିଓ ମାଲିକ

ଦୁଇ ଜଣ ଦୁର୍ଘଟଣା ଘଟାଇବା ପରେ ମନାଲି ଫେରାର ହୋଇଯାଇଥିଲେ । ସେଠାରେ ଛୁଟି କାଟି ଦିଲ୍ଲୀରେ ଲୁଚିଥିବା ବେଳେ ମାଡ଼ି ବସିଲା କମିସନରେଟ ପୁଲିସ ।

Hit And Run

Hit And Run Photograph: (KanakNews)

କନକ ବ୍ୟୁରୋ : ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭୁବନେଶ୍ବରରେ ଘଟିଯାଇଥିଲା ଛାତି ଥରାଇଲା ଭଳି ଘଟଣା । ପାତ୍ରପଡ଼ା ଦେଖିଥିଲା ହିଟ ଆଣ୍ଡ ରନ ଘଟଣା । ସ୍କର୍ପିଓ ଏବଂ ଥାର୍ ଗାଡ଼ି ରେସ୍ ଭିତରେ ଚାଲିଯାଇଥିଲା ନିରୀହ ମା’, ଝିଅଙ୍କ ଜୀବନ । ବାପାଙ୍କ କାନ୍ଧରେ କାନ୍ଧି ଉଠିଥିଲା ପୂରା ରାଜଧାନୀ । ତେବେ ବର୍ତ୍ତମାନ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ଧରାପଡ଼ିଛି କିଲର ସ୍କର୍ପିଓ ଏବଂ ତା’ ସହିତ ଦୁଇଜଣ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଛି କମିସନରେଟ ପୁଲିସ । ଜଣଙ୍କ ନାଁ ସୋହମ ରାଜ ତ୍ରିପାଠୀ, ସେ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ବେଳେ ଅନ୍ୟ ଜଣେ ରୋହନ ରଞ୍ଜନ ରାଉତ,ସେ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ପୁଅ । ଦୁଇ ଜଣ ଦୁର୍ଘଟଣା ଘଟାଇବା ପରେ ମନାଲି ଫେରାର ହୋଇଯାଇଥିଲେ । ସେଠାରେ ଛୁଟି କାଟି ଦିଲ୍ଲୀରେ ଲୁଚିଥିବା ବେଳେ ମାଡ଼ି ବସିଲା କମିସନରେଟ ପୁଲିସ । ଘଟଣାରେ ଆଉ କିଏ ସମ୍ପୃକ୍ତ ସେ ନେଇ ଖୋଳତାଡ଼ ଚାଲିଛି । ପୂର୍ବରୁ ଏ ନେଇ ରୋଡ଼ ବ୍ଲକ କରିଥିଲେ ଉତ୍ତ୍ୟକ୍ତ ଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe