ମନ୍ଦିର ଆଗରେ ପସରା ମେଲାଇ ବସିଥିଲେ । ମହିଳାଙ୍କ ଉପରେ ମାଡ଼ିଗଲା କାର  ।

Advertisment

ଭାବିଥିଲେ, ନଡ଼ିଆ ଓ ଫୁଲ ବିକି ଦୁଇ ପଇସା ନେଇ ଘରକୁ ଯିବେ। ପିଲାଛୁଆ ଭଲରେ ଗଣ୍ଡାଏ ଖାଇବେ। ହେଲେ ଆଜିର ସକାଳ କିନ୍ତୁ ତାଙ୍କ ପାଇଁ କିଛି ଅଲଗା  ଲେଖିଥିଲା। ରାସ୍ତାକଡ଼ରେ ବସି ନଡ଼ିଆ ବିକ୍ରି କରୁଥିବା ମହିଳାଙ୍କ ଉପରେ ମାଡ଼ିଗଲା କାର। ବ୍ରହ୍ମପୁରରେ ଅଣଓସାରିଆ ରାସ୍ତା ପୁଣି ନେଇଛି ଜଣକର ଜୀବନ।      

ଭାବିଥିଲେ, ନଡ଼ିଆ ଓ ଫୁଲ ବିକି ଦୁଇ ପଇସା ନେଇ ଘରକୁ ଯିବେ। ପିଲାଛୁଆ ଭଲରେ ଗଣ୍ଡାଏ ଖାଇବେ। ହେଲେ ଆଜିର ସକାଳ କିନ୍ତୁ ତାଙ୍କ ପାଇଁ କିଛି ଅଲଗା  ଲେଖିଥିଲା। ରାସ୍ତାକଡ଼ରେ ବସି ନଡ଼ିଆ ବିକ୍ରି କରୁଥିବା ମହିଳାଙ୍କ ଉପରେ ମାଡ଼ିଗଲା କାର। ବ୍ରହ୍ମପୁରରେ ଅଣଓସାରିଆ ରାସ୍ତା ପୁଣି ନେଇଛି ଜଣକର ଜୀବନ।      

2ss

କନକ ବ୍ୟୁରୋ: ବ୍ରହ୍ମପୁରରେ ଅଣଓସାରିଆ ରାସ୍ତା ପୁଣି ନେଇଛି ଜଣକର ଜୀବନ । ସାମ୍ନାକୁ ଆସିଛି ହିଟ ଆଣ୍ଡ ରନ ମାମଲା । ବିଜିପୁର ସନ୍ତୋଷୀ ମାଆ ମନ୍ଦିର ଆଗରେ ଫୁଲ ଓ ନଡିଆ ବିକିଥୁବାବେଳେ  ଜଣେ ମହିଳଙ୍କୁ ଦ୍ରୁତ ଗତିରେ ଆସୁଥିଲା କାର ଧକ୍କା ଦେଇଛି । ଆଉ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିଲା । 
 
କିଏ ଜାଣିଥିଲା ମୃତ୍ୟୁ ଏମିତି ଆସିବ ବୋଲି । ମନ୍ଦିର ନିକଟରେ ବସି ନଡ଼ିଆ ଓ ଫୁଲ ବିକୁଥିଲେ । ଆଉ ଯମ ହୋଇ ଆସି  ମହିଳାଙ୍କ ଉପରେ ମାଡ଼ିଗଲା କାର। ବ୍ରହ୍ମପୁର ସହରର ବିଜିପୁର ସନ୍ତୋଷୀ ମାଁ ମନ୍ଦିର ନିକଟରେ ଏଭଲି ଲୋମହର୍ଷଣକାରୀ ଦୁର୍ଘଟଣା ଘଟିଛି । କାରଟିର ଗତି ଏତେ ଦୂତ ଥିଲା ଯେ  ଘଟଣା ସ୍ଥଳରେ ମହିଳାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଛି। ଫଳରେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା  ପଞ୍ଚମା ଅଞ୍ଚଳ ବୁରୁପଡା ଗାଁ ର ବୋଲି ଜଣାପଡିଛି। ମହିଳା ଜଣକ ସବୁଦିନ ଭଳି ଆଜି ମଧ୍ୟ ବିଜିପୁର ସନ୍ତୋଷ ମାଁ ମନ୍ଦିର ନିକଟ ରାସ୍ତା କଡ଼ରେ ନଡ଼ିଆ ବିକୁଥିଲେ ।  କାରଟି ବିଜିପୁର ମୁଖ୍ୟ ରାସ୍ତା ଦେଇ ବ୍ରହ୍ମପୁର ସହରକୁ ପ୍ରବେଶ କରୁଥିବା ବେଳେ ରାସ୍ତା କଡ଼ରେଥିବା ମହିଳା ଙ୍କ ଉପରେ ଚଢି ଯାଇଥିଲା।  
 

ଘଟଣା ପରେ କାର ଛାଡି ଡ୍ରାଇଭର ଫେରାର ହୋଇଯାଇଛନ୍ତି । ସ୍ଥାନୀୟ ଅଂଚଳରେ କିଛି ସମୟ ଧରି  ଉତେଜନା ଲାଗି ରହିବା ସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଲୋକେ। ମୃତ ମହିଳା ଜଣକ ଗୋଳନ୍ଥରା ଥାନା ଅନ୍ତର୍ଗତ ପାଲୁରୁ ଅଞ୍ଚଳର ୫୫ବର୍ଷ ବୟସ୍କା ବାସନ୍ତୀ ନାୟକ । ସ୍ବାମୀ ଙ୍କ ମୃତ୍ୟୁ ପରେ ଦୁଇଟି ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ଗୋଟିଏ ପୁଅ ପୂର୍ବରୁ ପ୍ରାଣ ହରାଇସାରିଛନ୍ତି । ପୁଅ ଜଣକ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଉଥିବା ପରିବାର ଲୋକେ କହିଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଲାଗି ଦୀର୍ଘ ବର୍ଷ ହେଲା ବ୍ରହ୍ମପୁର ଆସି ମନ୍ଦିର ନିକଟରେ ଫୁଲ ଓ ନଡ଼ିଆ ବିକ୍ରି ପରିବାର ପୋଷଣ କରୁଥିଲେ ବାସନ୍ତୀ । 

ବ୍ରହ୍ମପୁରର ବିଜିପୁର ଅଂଚଳର ଅଣଓସାରିଆ ରାସ୍ତା ସବୁବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ଆଉ ଆଜିର ଏହି ହିଟ ଆଣ୍ଡ ରନ ମାମଲା ପାଇଁ ବ୍ରହ୍ମପୁର ମହାନଗର ନିଗମକୁ ଦୋଷ ଦେଇଛନ୍ତି ଲୋକେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe