କନକ ବ୍ୟୁରୋ: ବ୍ରହ୍ମପୁରରେ ଅଣଓସାରିଆ ରାସ୍ତା ପୁଣି ନେଇଛି ଜଣକର ଜୀବନ । ସାମ୍ନାକୁ ଆସିଛି ହିଟ ଆଣ୍ଡ ରନ ମାମଲା । ବିଜିପୁର ସନ୍ତୋଷୀ ମାଆ ମନ୍ଦିର ଆଗରେ ଫୁଲ ଓ ନଡିଆ ବିକିଥୁବାବେଳେ ଜଣେ ମହିଳଙ୍କୁ ଦ୍ରୁତ ଗତିରେ ଆସୁଥିଲା କାର ଧକ୍କା ଦେଇଛି । ଆଉ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିଲା ।
କିଏ ଜାଣିଥିଲା ମୃତ୍ୟୁ ଏମିତି ଆସିବ ବୋଲି । ମନ୍ଦିର ନିକଟରେ ବସି ନଡ଼ିଆ ଓ ଫୁଲ ବିକୁଥିଲେ । ଆଉ ଯମ ହୋଇ ଆସି ମହିଳାଙ୍କ ଉପରେ ମାଡ଼ିଗଲା କାର। ବ୍ରହ୍ମପୁର ସହରର ବିଜିପୁର ସନ୍ତୋଷୀ ମାଁ ମନ୍ଦିର ନିକଟରେ ଏଭଲି ଲୋମହର୍ଷଣକାରୀ ଦୁର୍ଘଟଣା ଘଟିଛି । କାରଟିର ଗତି ଏତେ ଦୂତ ଥିଲା ଯେ ଘଟଣା ସ୍ଥଳରେ ମହିଳାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଛି। ଫଳରେ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ପଞ୍ଚମା ଅଞ୍ଚଳ ବୁରୁପଡା ଗାଁ ର ବୋଲି ଜଣାପଡିଛି। ମହିଳା ଜଣକ ସବୁଦିନ ଭଳି ଆଜି ମଧ୍ୟ ବିଜିପୁର ସନ୍ତୋଷ ମାଁ ମନ୍ଦିର ନିକଟ ରାସ୍ତା କଡ଼ରେ ନଡ଼ିଆ ବିକୁଥିଲେ । କାରଟି ବିଜିପୁର ମୁଖ୍ୟ ରାସ୍ତା ଦେଇ ବ୍ରହ୍ମପୁର ସହରକୁ ପ୍ରବେଶ କରୁଥିବା ବେଳେ ରାସ୍ତା କଡ଼ରେଥିବା ମହିଳା ଙ୍କ ଉପରେ ଚଢି ଯାଇଥିଲା।
ଘଟଣା ପରେ କାର ଛାଡି ଡ୍ରାଇଭର ଫେରାର ହୋଇଯାଇଛନ୍ତି । ସ୍ଥାନୀୟ ଅଂଚଳରେ କିଛି ସମୟ ଧରି ଉତେଜନା ଲାଗି ରହିବା ସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଲୋକେ। ମୃତ ମହିଳା ଜଣକ ଗୋଳନ୍ଥରା ଥାନା ଅନ୍ତର୍ଗତ ପାଲୁରୁ ଅଞ୍ଚଳର ୫୫ବର୍ଷ ବୟସ୍କା ବାସନ୍ତୀ ନାୟକ । ସ୍ବାମୀ ଙ୍କ ମୃତ୍ୟୁ ପରେ ଦୁଇଟି ପୁଅ ଓ ଗୋଟିଏ ଝିଅ ମଧ୍ୟରୁ ଗୋଟିଏ ପୁଅ ପୂର୍ବରୁ ପ୍ରାଣ ହରାଇସାରିଛନ୍ତି । ପୁଅ ଜଣକ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଉଥିବା ପରିବାର ଲୋକେ କହିଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଲାଗି ଦୀର୍ଘ ବର୍ଷ ହେଲା ବ୍ରହ୍ମପୁର ଆସି ମନ୍ଦିର ନିକଟରେ ଫୁଲ ଓ ନଡ଼ିଆ ବିକ୍ରି ପରିବାର ପୋଷଣ କରୁଥିଲେ ବାସନ୍ତୀ ।
ବ୍ରହ୍ମପୁରର ବିଜିପୁର ଅଂଚଳର ଅଣଓସାରିଆ ରାସ୍ତା ସବୁବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ଆଉ ଆଜିର ଏହି ହିଟ ଆଣ୍ଡ ରନ ମାମଲା ପାଇଁ ବ୍ରହ୍ମପୁର ମହାନଗର ନିଗମକୁ ଦୋଷ ଦେଇଛନ୍ତି ଲୋକେ ।