ବିଶ୍ବର ସବୁଠାରୁ ବଡ଼ ଧାର୍ମିକ ସମାଗମ କହିଲେ କୁମ୍ଭମେଳାକୁ ବୁଝାଏ , ଚଳିତବର୍ଷ ତ ମହାକୁମ୍ଭର ଆୟୋଜନ ହେବାକୁ ଯାଉଛି । ପ୍ରତି ୧୨ ବର୍ଷକୁ ଥରେ ଭାରତର ୪ ଟି ପବିତ୍ର ସ୍ଥଳ ହରିଦ୍ବାର , ପ୍ରୟାଗରାଜ , ଉଜ୍ଜେନ ଏବଂ ନାସିକରେ ଆୟୋଜିତ ହେଉଥିବା କୁମ୍ଭମେଳା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଆଧ୍ୟାତ୍ମିକ ସ୍ତରରେ ଏଠାକୁ ଆକର୍ଷିତ କରିଥାଏ । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହି ମେଳା ପଛରେ ଏକ ଅଦ୍ଭୁତ ପୌରାଣିକ କଥା ମଧ୍ୟ ଲୁଚି ରହିଛି ।
ସମୁଦ୍ର ମନ୍ଥନ କଥା : କୁମ୍ଭମେଳାର ଉତ୍ପତ୍ତି ସମୁଦ୍ର ମନ୍ଥନ କଥା ସହ ଜଡ଼ିତ ରହିଛି । ପୌରାଣିକ କଥାନୁସାରେ , ଦେବତା ଏବଂ ଅସୁରଙ୍କ ମଧ୍ୟରେ ଅମୃତପାନକୁ ନେଇ ସମୁଦ୍ର ମନ୍ଥନ ହୋଇଥିଲା । ଏହି ମନ୍ଥନରୁ ଅନେକ ଅଦ୍ଭୁତ ବସ୍ତୁର ଆବିର୍ଭାବ ହେଲା । ଯେଉଁଥିରେ ଥିଲା ଅମୃତ କଳସ , ଯାହାକୁ ପରିଶେଷରେ ପାନ କରି ଦେବତାମାନେ ଅମର ହୋଇଗଲେ ।
ଅମୃତ ଚୋରିର ପ୍ରୟାସ : ଅମୃତ କଳସକୁ ନେଇ ଦେବତା ଓ ଦାନବଙ୍କ ମଧ୍ୟରେ ଯୁଦ୍ଧ ଉତ୍ପନ୍ନ ହେଲା । ଏହି ଯୁଦ୍ଧରେ ଅମୃତ କଳସ ଅନେକଥର ଆକାଶକୁ ଉଡିଲା ଯାହାର ୪ ଟି ବୁନ୍ଦା ପୃଥିବୀ ଉପରେ ପଡ଼ିଲା । ଅମୃତର ସେହି ୪ ଟି ବୁନ୍ଦା ହରିଦ୍ବାର , ପ୍ରୟାଗରାଜ , ଉଜ୍ଜେନ ଏବଂ ନାସିକରେ ପଡ଼ିଥିବା କଥା ସାଧୁସନ୍ଥ କୁହନ୍ତି ।
କୁମ୍ଭମେଳାର ଆୟୋଜନ : ମାନ୍ୟତା ରହିଛି କି ଯେଉଁ ଯେଉଁ ସ୍ଥାନରେ ଅମୃତର ୪ ବୁନ୍ଦା ପଡିଲା ସେହି ସ୍ଥାନ ପବିତ୍ର ଭୂମି ରୂପେ ଖ୍ୟାତ ହେଲା । ଏହି ସ୍ଥାନରେ ପବିତ୍ର ବୁଡ଼ ପକାଇଲେ ମୋକ୍ଷ ପ୍ରାପ୍ତି ହେବାର କଥା ମଧ୍ୟ କୁହାଯାଏ । ସେଥିପାଇଁ ପ୍ରତି ୧୨ ବର୍ଷରେ ଏହି ୪ ସ୍ଥାନରେ କୁମ୍ଭମେଳା ଆୟୋଜନ କରାଯାଏ । କୁମ୍ଭମେଳା ସମୟରେ ଏହି ପବିତ୍ର ଭୂମିର ପବିତ୍ର ନଦୀରେ ସ୍ନାନ କଲେ ସବୁ ପାପ ଧୋଇହୁଏ ଏବଂ ମୋକ୍ଷ ପ୍ରାପ୍ତ ହୁଏ ।
କୁମ୍ଭମେଳାର ମହତ୍ତ୍ବ : କୁମ୍ଭମେଳା କେବଳ ଏକ ଧାର୍ମିକ ସମାଗମ ନୁହଁ ବରଂ ଭାରତୀୟ ସଂସ୍କୃତି ଏବଂ ସଭ୍ୟତାର ଏକ ପ୍ରତୀକ । ଏହି ମେଳା ଲକ୍ଷାଧିକ ଲୋକଙ୍କୁ ଏକାଠି କରି ସାମାଜିକ ଏକତାର ପ୍ରତୀକକୁ ପ୍ରଜ୍ଜ୍ବଳିତ କରିଥାଏ ।