୧୭ରୁ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ‘ଆହେ ନୀଳଶଇଳ’, ଆରମ୍ଭ ହେଲା ଟିକେଟ ବୁକିଂ

Advertisment

ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଅନନ୍ୟ ଅଧ୍ୟାୟକୁ ଆଧାର କରି ପ୍ରସ୍ତୁତ ହୋଇଛି ‘ଆହେ ନୀଳଶଇଳ’। ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬ଟାରେ ମଞ୍ଚସ୍ଥ ହେବ ଚକଲେଟ୍‌ ପ୍ରଡକ୍‌ସନ୍‌ସ୍‌ ପ୍ରଯୋଜିତ ନାଟକ ‘ଆହେ ନୀଳଶଇଳ’। 

ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଅନନ୍ୟ ଅଧ୍ୟାୟକୁ ଆଧାର କରି ପ୍ରସ୍ତୁତ ହୋଇଛି ‘ଆହେ ନୀଳଶଇଳ’। ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬ଟାରେ ମଞ୍ଚସ୍ଥ ହେବ ଚକଲେଟ୍‌ ପ୍ରଡକ୍‌ସନ୍‌ସ୍‌ ପ୍ରଯୋଜିତ ନାଟକ ‘ଆହେ ନୀଳଶଇଳ’। 

Ahe Nila Saila-

କନକ ବ୍ୟୁରୋ: ଭାବର ଠାକୁର ସେ । ଥରେ ଭାବରେ ଡାକି ଦେଲେ ରତ୍ନସିଂହାସନ ଛାଡ଼ି ଧାଇଁ ଆସନ୍ତି । ଶରଧାରେ କିଛି ଯାଚିଲେ ହାତ ବଢ଼ାଇ ନେଇଯାଆନ୍ତି । ଭକ୍ତର ଭାବରେ ବନ୍ଧା ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥ । ଆମ ଇତିହାସ, କଥାକାହଣୀ, ଜନଜୀବନ, ପରମ୍ପରା ସବୁ କିଛି ତାଙ୍କ ବିନା ଅସମ୍ପୂର୍ଣ୍ଣ । ସେଇ କଳାଠାକୁରଙ୍କୁ ନେଇ ପୁଣି ଥରେ ମଞ୍ଚକୁ ଆସୁଛି ଐତିହାସିକ ନାଟକ ‘ଆହେ ନୀଳଶଇଳ’ । ସାରା ଓଡ଼ିଶାର ନାଟ୍ୟପ୍ରେମୀ ଦର୍ଶକ ଓ ଜନସାଧାରଣଙ୍କ ଅନୁରୋଧକ୍ରମେ ଆସନ୍ତା ଅଗଷ୍ଟ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬ଟାରେ ମଞ୍ଚସ୍ଥ ହେବ ଚକଲେଟ୍‌ ପ୍ରଡକ୍‌ସନ୍‌ସ୍‌ ପ୍ରଯୋଜିତ ନାଟକ ‘ଆହେ ନୀଳଶଇଳ’। ଗୋଟିଏ ପଟେ ଆଖଡ଼ା ଘରେ କଳାକାରମାନେ ନାଟକର ଅଭ୍ୟାସ ଆରମ୍ଭ କରିଥିବା ବେଳେ ଅନ୍ୟ ପଟେ ଅଗ୍ରିମ ଟିକେଟ୍‌ ବୁକିଂ ପାଇଁ ଦର୍ଶକଙ୍କ ଭିତରେ ଦେଖା‌ଦେଇଛି ପ୍ରବଳ ଉତ୍ସାହ।  

‘ବୁକ୍‌ ମାଇଁ ସୋ’ରେ ଟିକେଟ୍‌ ବୁକିଂ ଉତ୍ସାହଜନକ
ରବୀନ୍ଦ୍ର ମଣ୍ଡପରେ ଅଗଷ୍ଟ ୧୭ରୁ ୨୦ ପର୍ଯ୍ୟନ୍ତ ପ୍ରଦର୍ଶନ

ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଅନନ୍ୟ ଅଧ୍ୟାୟକୁ ଆଧାର କରି ପ୍ରସ୍ତୁତ ହୋଇଛି ‘ଆହେ ନୀଳଶଇଳ’। ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମ୍‌ର ବିଷ ଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନରକ୍ଷା ଲାଗି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବ ବହୁ କଷ୍ଟ  ସ୍ୱୀକାର କରିଛନ୍ତି  ଏବଂ ଅତ୍ୟାଚାରର ବି ଶିକାର ହୋଇଛନ୍ତି, ତାହା ଉପସ୍ଥାପିତ ହୋଇଛି ‘ଆହେ ନୀଳଶଇଳ’ରେ । ଏହାର କାହାଣୀ କଥାସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶଇଳ’ ଦ୍ୱାରା ଆଂଶିକ ଭାବେ ଅନୁପ୍ରେରିତ ହୋଇଥିବା ବେଳେ ନାଟକ ରଚନା କରିଛନ୍ତି ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ.ପ୍ରତିମା ହୋତା । ନାଟକର ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବୀରେନ୍‌ ରାୟ । 

ରାଜ୍ୟରେ ଓ ରାଜ୍ୟ ବାହାରେ ‘ଆହେ ନୀଳଶଇଳ’ର ୨୮ଟି ସୋ’ ଅନୁଷ୍ଠିତ ହୋଇ ସାରିଥିଲେ ହେଁ ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଓ ଉତ୍କଣ୍ଠା ଅପରିବର୍ତ୍ତିତ ରହିଛି । ‘ବୁକ୍‌ ମାଇଁ ସୋ’ ୱେବ୍‌ସାଇଟ୍‌ରେ ‘ଆହେ ନୀଳଶଇଳ’ର ଅଗ୍ରିମ ଟିକେଟ୍‌ ବିକ୍ରୟ ଆରମ୍ଭ ହୋଇଛି ଏବଂ ଦର୍ଶକଙ୍କ ଭିତରେ ଅପୂର୍ବ ଉତ୍ସାହ ବି ଦେଖିବାକୁ ମିଳିଛି । ନାଟକ ପ୍ରଦର୍ଶନ ଓ ଟିକେଟ୍‌ ସଂପର୍କରେ ଅଧିକ ସୂଚନା ଲାଗି ୯୮୫୩୦୩୫୧୦୪ ଓ ୮୯୦୮୦୨୦୧୦୪ ନମ୍ବରରେ ଯୋଗାଯୋଗ କରିବାକୁ ଚକଲେଟ୍ ପ୍ରଡକ୍‌ସନ୍‌ସ୍ ପକ୍ଷରୁ ନିବେଦନ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe