ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ; କିଶୋରୀଙ୍କୁ ଦିଆଯିବ କ୍ୟାନ୍ସର ଭ୍ୟାକ୍ସିନ

Advertisment

କିଶୋରୀମାନଙ୍କୁ ସର୍ଭାଇକାଲ୍ କ୍ୟାନ୍ସର ବା ଗର୍ଭାଶୟ ମୁଖ କର୍କଟରୁ ସୁରକ୍ଷିତ ରଖିବା ପାଇଁ ଖୁବଶୀଘ୍ର ସାରା ଭାରତରେ HPV ବା ହ୍ୟୁମାନ ପାପିଲୋମା ଭାଇରସ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାରେ ଆସନ୍ତା ୨୮ ଫେବ୍ରୁଆରୀରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । 

କିଶୋରୀମାନଙ୍କୁ ସର୍ଭାଇକାଲ୍ କ୍ୟାନ୍ସର ବା ଗର୍ଭାଶୟ ମୁଖ କର୍କଟରୁ ସୁରକ୍ଷିତ ରଖିବା ପାଇଁ ଖୁବଶୀଘ୍ର ସାରା ଭାରତରେ HPV ବା ହ୍ୟୁମାନ ପାପିଲୋମା ଭାଇରସ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାରେ ଆସନ୍ତା ୨୮ ଫେବ୍ରୁଆରୀରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । 

vaccine

vaccine Photograph: (kanak news)

କନକ ବ୍ୟୁରୋ : ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ଐତିହାସିକ ତଥା ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । କିଶୋରୀମାନଙ୍କୁ ସର୍ଭାଇକାଲ୍ କ୍ୟାନ୍ସର ବା ଗର୍ଭାଶୟ ମୁଖ କର୍କଟରୁ ସୁରକ୍ଷିତ ରଖିବା ପାଇଁ ଖୁବଶୀଘ୍ର ସାରା ଭାରତରେ HPV ବା ହ୍ୟୁମାନ ପାପିଲୋମା ଭାଇରସ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାରେ ଆସନ୍ତା ୨୮ ଫେବ୍ରୁଆରୀରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । 

ଏହି ଅଭିଯାନ ଅଧୀନରେ ୧୪ ବର୍ଷ ପର୍ଯ୍ୟନ୍ତ କିଶୋରୀମାନଙ୍କୁ ଏହି ଟିକାର ଏକକ ଡୋଜ୍ ବା ସିଙ୍ଗିଲ ଡୋଜ୍ ପ୍ରଦାନ କରାଯିବାକୁ ଥିବାବେଳେ ୧୪ ବର୍ଷରୁ ଉର୍ଦ୍ଧ୍ୱ ଏବଂ ବିବାହ ପର୍ଯ୍ୟନ୍ତ ଯୁବତୀମାନଙ୍କୁ ତିନୋଟି ଡୋଜ୍ ଟିକା ଦିଆଯିବ । ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ମାଧ୍ୟମରେ ପ୍ରତିବର୍ଷ ଦେଶର ପ୍ରାୟ ୧.୧୫ କୋଟି ୧୪ ବର୍ଷର କିଶୋରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଟିକାକରଣ କରାଯିବ ଏବଂ ଏହି ସୁବିଧା ସମସ୍ତ ସରକାରୀ ଡାକ୍ତରଖାନାରେ ଉପଲବ୍ଧ ହେବ ।

ଅଧିକ ପଢ଼ନ୍ତୁ---ପ୍ରେମ ପାଇଁ ତଳକୁ ଖସିଗଲା ଜନ୍ମକଲା ଝିଅ ; ମାଆ ଓ ଭାଇକୁ କଲା ହତ୍ୟା

‘ସ୍ୱସ୍ଥ ନାରୀ, ସଶକ୍ତ ରାଷ୍ଟ୍ର’ ସଂକଳ୍ପକୁ ପୂରଣ କରିବା ଲକ୍ଷ୍ୟରେ ଆରମ୍ଭ ହେଉଥିବା ଏହି ସ୍ୱେଚ୍ଛାକୃତ ଟିକାକରଣ ଅତ୍ୟନ୍ତ ଜରୁରୀ, କାରଣ ଭାରତରେ ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା ବିଭିନ୍ନ କର୍କଟ ମଧ୍ୟରେ ସର୍ଭାଇକାଲ କ୍ୟାନ୍ସର ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ପରିସଂଖ୍ୟାନ ଅନୁଯାୟୀ, ଦେଶରେ ପ୍ରତିବର୍ଷ ପ୍ରାୟ ୮୦ ହଜାର ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ପ୍ରାୟ ୪୨ ହଜାରରୁ ଅଧିକ ମହିଳା ଏହି ରୋଗରେ ପ୍ରାଣ ହରାଉଛନ୍ତି । 

ବିଶେଷ କରି HPV ଭାଇରସର ଟାଇପ୍ ୧୬ ଏବଂ ୧୮ ଯୋଗୁଁ ଏହି ମାରାତ୍ମକ କର୍କଟ ହୋଇଥାଏ, ଯାହାକୁ ସଠିକ୍ ସମୟରେ ଟିକାକରଣ ଏବଂ ଯାଞ୍ଚ ଦ୍ୱାରା ରୋକାଯାଇପାରିବ। ଏହି କାର୍ଯ୍ୟକ୍ରମରେ ସରକାର ‘ଗାର୍ଡାସିଲ’ ନାମକ ଏକ କ୍ୱାଡ୍ରିଭାଲେଣ୍ଟ HPV ଟିକା ବ୍ୟବହାର କରିବେ, ଯାହା HPV-୧୬, ୧୮, ୬ ଏବଂ ୧୧ ଭଳି ଭାଇରସ ପ୍ରକାରରୁ ସୁରକ୍ଷା ଦେଇଥାଏ। ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ଏବଂ ବିଶ୍ୱର ପ୍ରାୟ ୧୬୦ଟି ଦେଶରେ ଏହାକୁ ପୂର୍ବରୁ ଆପଣାଯାଇ ସାରିଛି। ଓଡ଼ିଶାରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe