କନକ ବ୍ୟୁରୋ : ଆଜି ଠାରୁ କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି । ଏହା ୨୨ ତାରିଖ ଯାଏଁ ଚାଲିବ । ବାଲିଯାତ୍ରା ଦେଖିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୧୫ଟି ଦେଶର ବିଦେଶ ପ୍ରତିନିଧି ବାଲିଯାତ୍ରା ଦେଖିବା ପାଇଁ ଆସିବେ । ଆଜି ସନ୍ଧ୍ୟା ୫.୩୦ ରେ ଏହାକୁ ଆନୁଷ୍ଠାନିକ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି ।

Advertisment

ପ୍ରଥମ ସନ୍ଧ୍ୟାରେ ଅକ୍ଷୟ ମହାନ୍ତି ସାଂସ୍କୃତିକ ମଞ୍ଚରେ ବଲିଉଡ ଗାୟକ ଅନୁପ ଜଲୋଟା, ଓଲିଉଡ ଗାୟକ ପଙ୍କଜ ଜାଲ ଓ ଅସୀମା ପଣ୍ଡା ତାନସେନ ସିଂ ଯୋଗ ଦେବେ । ୨୫୦୦ ରୁ ଅଧିକ ଷ୍ଟଲ୍ ଉଭୟ ତଳ ପଡିଆ ଉପର ପଡିଆରେ ଦର୍ଶକ ଙ୍କ ପାଇଁ ଅପେକ୍ଷା କରି ରହିଛି ତେବେ ଆଜି ଏସବୁ ପ୍ରସ୍ତୁତି କୁ ବୁଲି ଦେଖିଛନ୍ତି ମେୟର ଜିଲ୍ଲାପାଳ ।