କନକ ବ୍ୟୁରୋ : ହୀରାକୁଦରେ ହେବ ଫ୍ଲୋଟିଂ ରେଷ୍ଟୁରାଣ୍ଟ୍, ରିଜର୍ଟ ଓ ୱାଟର ସ୍ପୋର୍ଟ୍ସ । ଚାଲିବ କ୍ରୁଜ୍ ଓ ବୋଟ ହାଉସ୍ । ଆସନ୍ତା ନଭେମ୍ୱର ୧୫ ତାରିଖରୁ ବଦଳିବ ହୀରକୁଦ ଜଳଭଣ୍ଡାରର ଚିତ୍ର । ଏନେଇ ଜଳ ସମ୍ପଦ ବିଭାଗକୁ ଅନୁମତି ଲୋଡ଼ିଛି ପର୍ଯ୍ୟଟନ ବିଭାଗ । ନଭେମ୍ବର ୧୫ ତାରିଖରୁ ଫେବ୍ରୁଆରି ୧୨ ତାରିଖ ଯାଏଁ ହୀରାକୁଦ ସ୍ଥିତ ଜମାଦାରପାଲି ଉପଦ୍ବୀପରେ ଇକୋ ରିଟ୍ରିଟର ଆୟୋଜନ କରାଯିବ । ଏହି ସମୟସୀମା ମଧ୍ୟରେ ପ୍ରତିଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାମ ପାର୍ଶ୍ବ ଡାଇକରେ ବିଭିନ୍ନ ୱାଟର ସ୍ପୋର୍ଟ୍ସ ଓ ବୋଟିଂ ପାଇଁ ପର୍ଯ୍ୟଟନ ବିଭାଗ ଜଳ ସମ୍ପଦ ବିଭାଗକୁ ଅନୁମତି ମାଗିଛି । ରାଜ୍ୟରେ ହୀରାକୁଦ ସହ ଆଉ ୬ ଟି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ଇକୋ ରିଟ୍ରିଟର ବ୍ୟବସ୍ଥା କରାଯିବ । ପର୍ଯ୍ୟଟନ କ୍ଷେତ୍ରରେ ହୀରାକୁଦକୁ ଆହୁରି ସମୃଦ୍ଧ କରିବା ପାଇଁ ହୀରାକୁଦରେ ଫ୍ଲୋଟିଂ ରେଷ୍ଟୁରାଣ୍ଟ୍, ବିଶାଳକାୟ ରିଜର୍ଟ, କ୍ରୁଜ୍, ବୋଟ୍ ହାଉସ୍ ଓ ବର୍ଷସାରା ବିଭିନ୍ନ ୱାଟରସ୍ପୋର୍ଟ୍ସ ପାଇଁ ପର୍ଯ୍ୟଟନ ବିଭାଗ ଓ ବିଭିନ୍ନ ଘରୋଇ ସଂସ୍ଥାଙ୍କୁ ଅନୁମତି ପ୍ରଦାନ ପାଇଁ ଜଳସମ୍ପଦ ବିଭାଗକୁ ଅନୁମତି ମଗାଯାଇଛି । ସେହିପରି ହୀରାକୁଦ ବନ୍ଧକୁ ନିୟନ୍ତ୍ରିତ ପ୍ରବେଶ ବ୍ୟବସ୍ଥା, ନଦୀବନ୍ଧ ଏବଂ ବିଦ୍ୟୁତ ଉତ୍ପାଦନକୁ ପରିଦର୍ଶନ ପାଇଁ ଅନୁମତି ମଗାଯାଇଛି ।
ବଦଳିଯିବ ହୀରାକୁଦ ଜଳଭଣ୍ଡାରର ଚିତ୍ର : ଚାଲିବ ଫ୍ଲୋଟିଂ ରେଷ୍ଟୁରାଣ୍ଟ, ରିଜର୍ଟ ,ୱାଟର ସ୍ପୋର୍ଟ୍ସ ,କ୍ରୁଜ୍ ଓ ବୋଟ ହାଉସ୍
ନଭେମ୍ବର ୧୫ ତାରିଖରୁ ଫେବ୍ରୁଆରି ୧୨ ତାରିଖ ଯାଏଁ ହୀରାକୁଦ ସ୍ଥିତ ଜମାଦାରପାଲି ଉପଦ୍ବୀପରେ ଇକୋ ରିଟ୍ରିଟର ଆୟୋଜନ କରାଯିବ ।
/kanak/media/media_files/2025/09/04/resturant-2025-09-04-08-57-04.jpg)