କନକ ବ୍ୟୁରୋ : ଦୁର୍ବଳ ହୀରାକୁଦକୁ ବିପଦ ବଢୁଛି । କିନ୍ତୁ ଡ୍ୟାମ୍ର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଏବେ ସ୍ପିଲ୍ୱେ ନିର୍ମାଣ ପାଇଁ ପ୍ରସ୍ତୁତିପର୍ବ ଶେଷ କରିଛନ୍ତି ସରକାର । ଏହା କେବଳ ହୀରାକୁଦର ଆୟୁଷ ବଢ଼ାଇବନି ବରଂ ଜଳଧାରଣ କ୍ଷମତାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବ ।
ଦୁର୍ବଳ ହେଉଛି ହୀରାକୁଦ । କମିଲାଣି ଜଳଧାରଣ କ୍ଷମତା । ବୟସ ବଢ଼ିବା ସହ ହୀରାକୁଦ ବନ୍ଧର ସ୍ଥାୟିତ୍ୱକୁ ନେଇ ଆଶଙ୍କା ଦେଖାଦେଲାଣି । ବିଶେଷଜ୍ଞଙ୍କମାନେ ହୀରାକୁଦକୁ ନେଇ ଅନେକଥର ସତର୍କ କରାଇଲେଣି । ଆଉ ଏବେ ଓଡ଼ିଶାର ଲାଇଫଲାଇନ କୁହାଯାଉଥିବା ହୀରାକୁଦର ସୁରକ୍ଷା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ସରକାର । ହୀରାକୁଦ ଡ୍ୟାମ୍ରେ ଅତିରିକ୍ତ ୫ଟି ସ୍ପିଲୱେ କରିବାକୁ ନିଷ୍ପତ୍ତି ହୋଇଛି । ଜଳ ସମ୍ପଦ ବିଭାଗର ଅଧିକାରୀ ମହାନଦୀ ବେସିନ ଓ ସେଚ ସଦନକୁ ଚିଠି ଲେଖିଛନ୍ତି । ଖୁବଶୀଘ୍ର ସେଣ୍ଟ୍ରାଲ ପ୍ରୋଜେକ୍ଟ ମ୍ୟାନେଜ ୟୁନିଟ୍ (ସିପିଏମଓୟୁ) ସହ ବୈଷୟିକ ପରାମର୍ଶ ଲାଗି ବୁଝାମଣା ସ୍ବାକ୍ଷର ହେବ ।
ହୀରାକୁଦର ବାମପାର୍ଶ୍ବରେ ସ୍ପିଲୱେ ନିର୍ମାଣ ହେବ । ପୂର୍ବରୁ ଏକ ଉଚ୍ଚସ୍ତରୀୟ ଟିମ ହୀରାକୁଦର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ସ୍ପିଲୱେ ନିର୍ମାଣ ପାଇଁ ୮୮୪ କୋଟି ଟଙ୍କା ଖର୍ଚ୍ଚ ହେବ । ହୀରାକୁଦର ଭୂତଳ ଜଳସ୍ତର ବୃଦ୍ଧି ପାଇଁ ମଧ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କୌଣସି ସମ୍ଭାବ୍ୟ ଅଘଟଣକୁ ଏଡାଇବା ଲାଗି ଡ୍ୟାମରେ ଥିବା ଆଂଶିକ ଫାଟକୁ ମରାମତି କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ବର୍ଷ ବଢ଼ିବା ସହ ହୀରାକୁଦ ବନ୍ଧ ପାଇଁ ବିପଦ ବଢୁଛି । କିନ୍ତୁ ଏବେଠାରୁ ବିଶ୍ୱର ଏହି ଲମ୍ବା ବନ୍ଧକୁ ସୁରକ୍ଷିତ କରାନଗଲେ ଆଗକୁ ସ୍ଥିତି ଆହୁରି ଉତ୍କଟ ହେବ । ଜଳ ସଙ୍କଟ, ବିଦ୍ୟୁତ ସଙ୍କଟ ଭଳି ସାଂଘାତିକ ସ୍ଥିତିର ସାମ୍ନା କରିବ ଓଡ଼ିଶା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/24/hirakud-2025-06-24-20-07-10.jpg)