କନକ ବ୍ୟୁରୋ: ନାଗ ସାପ ଦେଖାଇଲେ, ଚୋଟରେ ଜୀବନ ନେଇଯିବାକୁ ଡରାଇଲେ, ଟଙ୍କା ପାଇଁ ଅପହରଣ କଲେ । ଏଭଳି ଘଟଣା ଘଟିଛି ଗଞ୍ଜାମ ଚିକିଟି ଅଞ୍ଚଳରେ। ଏଭଳି ଏକ ହାଇଭୋଲ୍ଟେଜ ଡ୍ରାମା ଆଉ ଲୁଟ୍ ହୁଏ ଆପଣ ପ୍ରଥମ ଥର ଶୁଣିଥିବେ। ଦିଲ୍ଲୀର ଜଣେ ଫାଇନାନ୍ସ କମ୍ପାନୀର ମ୍ୟାଜେରଙ୍କ ସହ କଟକର ୩ ଜଣ ଫାଇନାନ୍ସ କମ୍ପାନୀ କର୍ମଚାରୀ କରି ବ୍ରହ୍ମପୁରରୁ ଫେରୁଥିଲେ। ଗୋଳନ୍ଥରା ଅଞ୍ଚଳର ଟିକେ ନିଛାଟିଆ ଗାଜାରେ ତାଙ୍କୁ ଅଟକାଇଥିଲେ କିଛି ଯୁବକ। ଫାଇନାନ୍ସ କର୍ମଚାରୀଙ୍କୁ ଦେଖାଇଥିଲେ ନାଗ ସାପ। କହିଥିଲେ। ସାପ ଚୋଟର ଭୟ ଦେଖାଇ ସେମାନଙ୍କୁ ଜୋରଜବରଦସ୍ତ ଗାଡିରେ ବସାଇ ନେଇଯାଇଥି ଲେ ଚିକିଟିର ଏକ ଜଙ୍ଗଲ ପାଖ ଭଙ୍ଗା ଦଦରା ଘରକୁ। ସେଠାରେ ସେମାନଙ୍କୁ ରଖି କୋଟିଏ ଟଙ୍କା ଦେବାକୁ କହିଥିଲେ। ଆଉ ନିସ୍ତୁକ ମାଡ ବି ମାରିଥିଲେ।
ହେଲେ ୪ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ କିପରି କୌଶଳକ୍ରମେ ଖସିପଳାଇଥିଳେ। ଯାଇ ପହଞ୍ଚିଥିଲେ ଚକିଟିତହସିଲ ୖଅଫତିସରେ ।.ସେଠାରେ ଥିଲେ ବିଭାଗର ଡ୍ରାଇଭର। ତାଙ୍କୁ ଓ ତାଙ୍କ ସାଥୀଙ୍କୁ ଉଦ୍ଧାର କରିବାକୁ ଡ୍ରାଇଭରଙ୍କୁ ;ହାଇଥିଲେ ନେହୁରା। ସବୁ କଥା ଶୁଣିବା ପରେ ଚିକିଟି ପୋଲିସକୁ ଜଣାଇଥିଲେ ଡ୍ରାଇଭର।୧ ଆଉ କାଳ ବିଳମ୍ବ ନକରି ଘଟଣାସ୍ଥଳରେ ପହଁଞ୍ଚିଥିଲା ପୋଲିସ ଆଉ ଉଦ୍ଧାର କରିଥିଲା ୪ଜଣ ଫାଇନାନ୍ସ କର୍ମଚାରୀଙ୍କୁ।
ପୋଲିସ ଆସିବା ପରେ କେବଳ ଫାଇନାନ୍ସ କର୍ମଚାରୀଙ୍କୁ ନୁହେଁ ତାଙ୍କ ସହ ସାପକୁ ଉଦ୍ଧାର ଲା ବନବିଗା କର୍ମଚାରୀ। ଉଦ୍ଧାର ବେଳକୁ ସାପର ଅବସ୍ଥା ବାରଣ୍ଡା ଦିକଡା ହୋଇଯାଇଥିଲା। ସାପର ବେକରେ ଆଉ ପେଟ ପାଖରେ ଗଭୀର ଆଘାତ ଲାଗିଥିଲା। ଦରମରା ହୋଇପଡିଥିଲା ସାପ। ତାକୁ ଉଦ୍ଧାର କରି ଚିକିତ୍ସା ପାଁ ନେଇଛି ବନ ବିଭାଗ। ଆଉ ଏଥିରେ ସମ୍ପୃକ୍ତ ଦୁବଅଁତ୍ତଙ୍କୁ ଧରିବାକୁ ଧଡପଗଡ ଚଳାଇଛି ପୋଲିସ। ଏଘଟଣା ଏଭଳି ଘଟିଥିଲେ ବି ଏହା ଉପରୁ ରହସ୍ୟ ଏଯାଏଁ ହଟିନି। ଅନେକ ସମର୍ୟରେ ବନ୍ଧୁକ ଓ ଅସ୍ତ୍ରଶସ୍ତରା ଦେଖାଇ ଲୁଟ ହେଉଥିବାବେଳେ ନାଗ ସାପ ଦେଖାଇ ଲୋକଙ୍କୁ ଅପହରଣ କରିନେବା ଓ ସେମାନଙ୍କଠାରୁ ଲୁଟ କରିବା ଉଦ୍ୟମ କରିବା ଘଟଣା ପ୍ରଥମ ଥର ଶୁଣିବାକୁ ମିଳିଛି।