Photograph: (KANAKNEWS)
କନକବ୍ୟୁରୋ :କଂଗ୍ରେସ ନେତା ମଣି ଶଙ୍କର ଆୟାର କୋଲକାତା ପ୍ରେସ୍ କ୍ଲବ୍ରେ ଏକ ବିତର୍କରେ ହିନ୍ଦୁତ୍ୱର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ହିନ୍ଦୁତ୍ୱ ହେଉଛି ଏକ ରାଜନୈତିକ ବିଚାରଧାରା ଯାହା ୧୯୨୩ମସିହାରେ ଆସିଥିଲା । ଅପରପକ୍ଷରେ ହିନ୍ଦୁ ହେଉଛି ଏକ ମହାନ ଆଧ୍ୟାତ୍ମିକ ଧର୍ମ ଯାହା ହଜାର ହଜାର ବର୍ଷ ପୁରୁଣା । ଆୟାର ଗୁରୁତ୍ୱାରୋପ କହିଛନ୍ତି, ହିନ୍ଦୁ ଧର୍ମକୁ ହିନ୍ଦୁତ୍ୱ ସୁରକ୍ଷାର ଆବଶ୍ୟକତା ନାହିଁ ।
କେରଳ, ତାମିଲନାଡୁରେ ହେବ ବାଂଲାଦେଶର ବିଶ୍ବକପ୍ ମ୍ୟାଚ!
ମଣି ଶଙ୍କର ଆୟାର ରବିବାର କୋଲକାତା ପ୍ରେସ୍ କ୍ଲବ ଦ୍ୱାରା ଆୟୋଜିତ "ଦି ଡିବେଟ୍ ୨୦୨୬" ରେ ଅଂଶଗ୍ରହଣ କରି "ହିନ୍ଦୁ ଧର୍ମକୁ ହିନ୍ଦୁତ୍ୱର ସୁରକ୍ଷା ଆବଶ୍ୟକ" ଶୀର୍ଷକ ଆଲୋଚନାରେ କ୍ଲବ୍କୁ ସମ୍ବୋଧିତ କରି ହିନ୍ଦୁତ୍ୱର ଧାରଣାକୁ କଡ଼ା ସମାଲୋଚନା କରିଛନ୍ତି । ମଣି ଶଙ୍କର କହିଛନ୍ତି,ହିନ୍ଦୁ ଧର୍ମ ହଜାର ହଜାର ବର୍ଷ ଧରି ରହିଛି ଏବଂ ହିନ୍ଦୁତ୍ୱର ସାହାଯ୍ୟ ବିନା ମଧ୍ୟ ବିକଶିତ ହେଉଛି । ମଣି ଶଙ୍କର କହିଛନ୍ତି, ହିନ୍ଦୁ ଧର୍ମର ପାଗଳାମୀ ହେଉଛି ହିନ୍ଦୁତ୍ୱ । ଏହା ୮୦% ହିନ୍ଦୁଙ୍କୁ ୧୪% ମୁସଲମାନଙ୍କ ଆଗରେ ଥରିବାକୁ କହିଥାଏ। ଜଣେ ଦୃଷ୍ଟିବାଧିତ, ଭୋକିଲା ଆଦିବାସୀ ଝିଅ ଚର୍ଚ୍ଚରେ ଖ୍ରୀଷ୍ଟମାସ ମଧ୍ୟାହ୍ନ ଭୋଜନରେ ଯୋଗଦେଇଥିବାରୁ ବିଜେପି ନେତା ଚାପୁଡ଼ା ମାରିବା ହେଉଛି ହିନ୍ଦୁତ୍ୱ ।
ହିନ୍ଦୁତ୍ୱ ଖ୍ରୀଷ୍ଟମାସ ସାଜସଜ୍ଜା ଭାଙ୍ଗିବା ପାଇଁ ସପିଂ ମଲ୍ ଉପରେ ଚଢ଼ଉ କରୁଛି । ସାବରକର ବୌଦ୍ଧ ଧର୍ମକୁ ସମସ୍ତ ହିନ୍ଦୁଙ୍କ ଅସ୍ତିତ୍ୱ ପାଇଁ ବିପଦ ବୋଲି କହିଥିଲେ। ସେ କହିଥିଲେ ବୌଦ୍ଧ ଧର୍ମ ଦେଶର ଶକ୍ତି ଏବଂ ହିନ୍ଦୁ ଜାତିର ଅସ୍ତିତ୍ୱ ପାଇଁ ମଧ୍ୟ ବିପଦପୂର୍ଣ୍ଣ। ଏଭଳି କୌଣସ ମାଧ୍ୟମ ନାହିଁ ଯାହା ଦ୍ବାରା ଗାନ୍ଧି ଓ ସ୍ୱାମୀ ବିବେକାନନ୍ଦଙ୍କ ହିନ୍ଦୁ ଧର୍ମକୁ ସାବରକରଙ୍କ ହିନ୍ଦୁତ୍ୱରୁ ସୁରକ୍ଷା କିମ୍ବା ପ୍ରୋତ୍ସାହିତ କରାଯାଇପାରିବ। ମଣି ଶଙ୍କର କହିଛନ୍ତି , ସାବରକର ଲେଖିଛନ୍ତି ଯେ, ହିନ୍ଦୁମାନେ ହିଂସାକାଣ୍ଡ ମାଧ୍ୟମରେ ନିଜକୁ ହିନ୍ଦୁ ବୋଲି ଭାବନ୍ତି ।
ମହାତ୍ମା ଲେଖିଛନ୍ତି ଯେ, ହିନ୍ଦୁ ସଭ୍ୟତା ପ୍ରାଚୀନ ଏବଂ ମୂଳତଃ ଅହିଂସା। ମଣି ଶଙ୍କ କହିଛନ୍ତି, ଆପଣମାନେ ଦେଖୁଛନ୍ତି, ହିନ୍ଦୁତ୍ୱବାଦୀ ଲୋକମାନେ ଗୋମାଂସ ରଖିଥିବା, ଖାଉଥିବା କିମ୍ବା ନେଉଥିବା ସନ୍ଦେହରେ ଯେକୌଣସି ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଥାନ୍ତି। ଗାନ୍ଧୀଜୀ ଲେଖିଛନ୍ତି ଯେ, ଗାଈକୁ ସୁରକ୍ଷା ଦେବା ପାଇଁ ମଣିଷକୁ ହତ୍ୟା କରିବା ହିନ୍ଦୁତ୍ୱ ଏବଂ ଅହିଂସାକୁ ଅସ୍ୱୀକାର କରିବା ଭଳି ବୋଲି ମଣି ଶଙ୍କର ବିବଦୀୟ ମନ୍ତବ୍ୟ ଦେଇଛନ୍ତି ।
Follow Us