କନକ ବ୍ୟୁରୋ : ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତ ବ୍ୟକ୍ତିଙ୍କ ନାଁ ରିପୋନ ଶାହ , ସେ ରାଜବାଡ଼ି ଜିଲ୍ଲା ଅଧୀନସ୍ଥ ଗୋଲାଣ୍ଡା ମୋଡ଼ର କରିମ ତେଲଟାଙ୍କିରେ କାମରେ ଥିବାବେଳେ ଏକ ଗାଡ଼ି ତେଲ ପକାଇବାପାଇଁ ଆସିଥିଲା । ତେଲ ପକାଇବାପରେ ଗାଡ଼ି ଡ୍ରାଇଭର ଟଙ୍କା ନଦେଇ ପଳାଉଥିଲା । ରିପୋନ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲା । ଫଳରେ ଘଟଣାସ୍ଥଳରେ ରିପୋନଙ୍କର ମୃତ୍ୟୁ ହୋଇଯାଇଛି । ରାଜବାଡ଼ି ସଦର ପୁଲିସ ମୁଖ୍ୟ ଖୋନ୍ଦକୀ ଜିଆଉର ରେହମାନ କହିଛନ୍ତି, ଉକ୍ତ ଘଟଣାରେ ଏକ ହତ୍ୟା ମାମଲା ରୁଜୁ ହେବ । ପୁଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଏକ କଳା ଏସ୍ୟୁଭି ଶୁକ୍ରବାର ଭୋର୍ ପ୍ରାୟ ୪.୩୦ ସମୟରେ ତେଲ ପକାଇବାପାଇଁ ପହଞ୍ଚିଥିଲା ଏବଂ ପାଖାପାଖି ୩,୭୧୦ ଟଙ୍କାର ତେଲ ପକାଇଥିଲା । ଡ୍ରାଇଭର ଯେତେବେଳେ ଟଙ୍କା ନଦେଇ ସ୍ଥାନ ଛାଡ଼ି ପଳାଇଥିଲା ଶାହ ତାଙ୍କ ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲା । କିନ୍ତୁ କାର୍ଟି ତାଙ୍କ ଉପରେ ଅତି ଦ୍ରୁତ ଗତିରେ ମଡ଼ାଇ ପଳାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି ।
ପୁଲିସ ପରେ ଏହି ଗାଡ଼ିଟିକୁ ଜବତ କରିଛି ଏବଂ ଗାଡ଼ି ମାଲିକ ଅବୁ ହଶେମ ଓରଫ ସୁଜନ (୫୫) ଏବଂ ତାଙ୍କ ଡ୍ରାଇଭର କମଲ ହୋସେନ (୪୩)ଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ହଶେମ ହେଉଛି ବିଏନ୍ପି (ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି)ର ରାଜବାଡ଼ି ଜିଲ୍ଲାର ପୂର୍ବତନ କୋଷାଧ୍ୟକ୍ଷ ଏବଂ ସେ ଜିଲ୍ଲା ଯୁବ ଦଳର ପୂର୍ବତନ ସଭାପତି । ବୃତ୍ତିରେ ସେ ଜଣେ କଣ୍ଟ୍ରାକ୍ଟର । ଉଲ୍ଳେଖଯୋଗ୍ୟ ଯେ ବାଂଲାଦେଶରେ ଗତ କିଛି ଦିନ ହେବ ହିନ୍ଦୁ ବିରୋଧୀ ହିଂସା ତେଜିଛି । କେବଳ ୨୦୨୫ ଡିସେମ୍ବରରେ ବାଂଲାଦେଶରେ ୫୧ଟି ସାମ୍ପ୍ରଦାୟିକ ହିଂସା ଘଟଣା ଦେଖିବାକୁ ମିଳିଛି । ପ୍ରାଣତୋଶ ସରକାର ନାମକ ଜଣେ ୪୨ ବର୍ଷୀୟ ଗହଣା ବ୍ୟବସାୟୀଙ୍କୁ ଡିସେମ୍ବର ୨ ତାରିଖରେ ନରଶିଙ୍ଗଡ଼ିରେ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ । ଡିସେମ୍ବର ୧୮ ତାରିଖରେ ମୟମନସିଂହରେ ୨୫ ବର୍ଷୀୟ ଫ୍ୟାକ୍ଟ୍ରି କର୍ମଚାରୀ ଦୀପୁ ଚନ୍ଦ୍ର ଦାସଙ୍କୁ ପୁଟିପିଟି ହତ୍ୟା କରାଯାଇଥିଲା ଏବଂ ତାଙ୍କ ମର ଶରୀରକୁ ଗଛରେ ବାନ୍ଧି ନିଆଁ ଲଗାଇ ଦିଆଯାଇଥିଲା ।
ଅଧିକ ପଢ଼ନ୍ତୁ---ଇରାନରେ ବିକ୍ଷୋଭକାରୀଙ୍କ ନେତା ଗିରଫ: ହିଂସାତ୍ମକ ପ୍ରତିବାଦର ମାଷ୍ଟରମାଇଣ୍ଡ !
ଅନ୍ୟଜଣେ ହିନ୍ଦୁ ଯୁବକ ଅମୃତ ମଣ୍ଡଳଙ୍କୁ ଡିସେମ୍ବର ୨୪ ତାରିଖରେ ପିଟିପିଟି ହତ୍ୟା କରାଯାଇଥିଲା । ଡିସେମ୍ବର ୩୧ ତାରିଖରେ ଖୋକନ ଚନ୍ଦ୍ର ଦାସଙ୍କ ଉପରେ ଆକ୍ରମଣ ପରେ ତାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ । ୩ ଦିନ ଚିକିତ୍ସା ହେବାପରେ ତାଙ୍କର ମୃତ୍ୟୁ ହୋଇଥିଲା । ଜାନୁଆରି ୫ ତାରିଖରେ ମୋନି ଚକ୍ରବର୍ତ୍ତିଙ୍କୁ ହତ୍ୟା କରାଯାଇଥିଲା । ଜାନୁଆରି ୫ ତାରିଖରେ ମଧ୍ୟ ଜଣେ ସାମ୍ବାଦିକ ରାଣା ପ୍ରତାପ ବୈରାଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଜାନୁଆରି ୬ ତାରିଖରେ ମିଥୁର ସରକାର ନାମକ ଜଣେ ବ୍ୟକ୍ତିଙ୍କ ଦେହରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ତେବେ ସେ ପ୍ରାଣ ବଞ୍ଚାଇବାପାଇଁ କେନାଲକୁ ଡେଇଁ ପଡ଼ିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/17/bangladesh-2026-01-17-19-10-32.jpg)