ଦେଶରେ 'ହିନ୍ଦୁ-ମୁସଲିମ୍' ବିବାଦ ପାଇଁ କଂଗ୍ରେସର ଭୋଟ୍ ବ୍ୟାଙ୍କ ରାଜନୀତି ଦାୟୀ: ନିତିନ ଗଡ଼କରୀ

Advertisment

ଗଡ଼କରୀଙ୍କ କହିବା ଅନୁଯାୟୀ, ଇଂରାଜୀ ଶବ୍ଦ 'ସେକ୍ୟୁଲାର'ର ପ୍ରକୃତ ଅର୍ଥ ହେଉଛି 'ସର୍ବ ଧର୍ମ ସମଭାବ' ଅର୍ଥାତ୍ ସମସ୍ତଙ୍କ ପାଇଁ ନ୍ୟାୟ ଏବଂ କାହାରିକୁ ତୁଷ୍ଟୀକରଣ ନୁହେଁ । କିନ୍ତୁ କଂଗ୍ରେସ ନିଜର ଚିନ୍ତାଧାରା ଅନୁସାରେ ଏହାର ଭିନ୍ନ ବ୍ୟାଖ୍ୟା କରି 'ଧର୍ମନିରପେକ୍ଷ' ଭାବେ ବର୍ଣ୍ଣନା କରିଛି ।

ଗଡ଼କରୀଙ୍କ କହିବା ଅନୁଯାୟୀ, ଇଂରାଜୀ ଶବ୍ଦ 'ସେକ୍ୟୁଲାର'ର ପ୍ରକୃତ ଅର୍ଥ ହେଉଛି 'ସର୍ବ ଧର୍ମ ସମଭାବ' ଅର୍ଥାତ୍ ସମସ୍ତଙ୍କ ପାଇଁ ନ୍ୟାୟ ଏବଂ କାହାରିକୁ ତୁଷ୍ଟୀକରଣ ନୁହେଁ । କିନ୍ତୁ କଂଗ୍ରେସ ନିଜର ଚିନ୍ତାଧାରା ଅନୁସାରେ ଏହାର ଭିନ୍ନ ବ୍ୟାଖ୍ୟା କରି 'ଧର୍ମନିରପେକ୍ଷ' ଭାବେ ବର୍ଣ୍ଣନା କରିଛି ।

Gadkari

Gadkari Photograph: (kanak news)

କନକ ବ୍ୟୁରୋ : ଦେଶରେ ଲାଗି ରହିଥିବା ଧାର୍ମିକ ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି ।  ସେ କହିଛନ୍ତି , କଂଗ୍ରେସର ଭୁଲ୍ ଧର୍ମନିରପେକ୍ଷତା ଚିନ୍ତାଧାରା ଏବଂ ଭୋଟ୍ ବ୍ୟାଙ୍କ ରାଜନୀତି ଯୋଗୁଁ ଦେଶ ଆଜି ମଧ୍ୟ ସମାଜରେ 'ହିନ୍ଦୁ-ମୁସଲିମ୍ ସମସ୍ୟା'ର ସମ୍ମୁଖୀନ ହେଉଛି । ଉଦୟ ମାହୁରକରଙ୍କ ଦ୍ୱାରା ଲିଖିତ ପୁସ୍ତକ 'ମାଇଁ ଆଇଡିଆ ଅଫ୍ ନେସନ୍ ଫାଷ୍ଟ'ର ଉନ୍ମୋଚନ ଅବସରରେ ଗଡ଼କରୀ ଏହି ମନ୍ତବ୍ୟ ଦେଇଛନ୍ତି ।

ଗଡ଼କରୀଙ୍କ କହିବା ଅନୁଯାୟୀ, ଇଂରାଜୀ ଶବ୍ଦ 'ସେକ୍ୟୁଲାର'ର ପ୍ରକୃତ ଅର୍ଥ ହେଉଛି 'ସର୍ବ ଧର୍ମ ସମଭାବ' ଅର୍ଥାତ୍ ସମସ୍ତଙ୍କ ପାଇଁ ନ୍ୟାୟ ଏବଂ କାହାରିକୁ ତୁଷ୍ଟୀକରଣ ନୁହେଁ । କିନ୍ତୁ କଂଗ୍ରେସ ନିଜର ଚିନ୍ତାଧାରା ଅନୁସାରେ ଏହାର ଭିନ୍ନ ବ୍ୟାଖ୍ୟା କରି 'ଧର୍ମନିରପେକ୍ଷ' ଭାବେ ବର୍ଣ୍ଣନା କରିଛି । ସେ କହିଛନ୍ତି ଯେ ୧୯୪୭ ପରେ କଂଗ୍ରେସକୁ ଦେଶ ଶାସନ କରିବାର ବଡ଼ ସୁଯୋଗ ମିଳିଥିଲା, କିନ୍ତୁ ସେମାନେ ନିଜର ବିଚାରଧାରା ଆଧାରରେ ଯେଉଁ ବିଷମୟ ବିହନ ବୁଣିଥିଲେ, ତାହା ହିଁ ବିଭିନ୍ନ ସାମ୍ପ୍ରଦାୟିକ ସମସ୍ୟାକୁ ଜନ୍ମ ଦେଇଛି ।

ଅଧିକ ପଢ଼ନ୍ତୁ---‘ଆରାବଳୀର ଅସ୍ମିତା ସହ କେହି ଖେଳିପାରିବେନି’… ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଥାକୁ ଦୋହରାଇ ଗଡ଼କରୀ କହିଛନ୍ତି, "ଭାରତ ଏକ ସେକ୍ୟୁଲାର ଦେଶ ଥିଲା, ଅଛି ଏବଂ ସବୁଦିନ ରହିବ ।" ସେ ସ୍ପଷ୍ଟ କରିଛନ୍ତି ଯେ ଏହା ବିଜେପି କିମ୍ବା ଆରଏସଏସ ଯୋଗୁଁ ନୁହେଁ, ବରଂ ଭାରତୀୟ ସଂସ୍କୃତି, ହିନ୍ଦୁ ସଂସ୍କୃତି ଏବଂ ସନାତନ ସଂସ୍କୃତି ଯୋଗୁଁ ସମ୍ଭବ ହୋଇଛି । ଆମ ସଂସ୍କୃତି 'ବିଶ୍ୱର କଲ୍ୟାଣ' ବିଷୟରେ କହିଥାଏ, କେବଳ ନିଜ ପରିବାରର କଲ୍ୟାଣ ବିଷୟରେ ନୁହେଁ । ନେହେରୁ-ଗାନ୍ଧୀ ପରିବାର ଉପରେ ପରୋକ୍ଷରେ ଟାର୍ଗେଟ କରି ସେ କହିଛନ୍ତି ଯେ କେବଳ ମୋ ପରିବାରର ହିଁ କଲ୍ୟାଣ ହେଉ ଏହା ଆମର ଆଦର୍ଶ ନୁହେଁ ।

ଗଡ଼କରୀ ଆହୁରି ମଧ୍ୟ କହିଛନ୍ତି , ସାରା ବିଶ୍ୱର ଇତିହାସରେ ଏପରି କୌଣସି ପ୍ରମାଣ ନାହିଁ ଯେଉଁଠାରେ ଜଣେ ହିନ୍ଦୁ ରାଜା ଅନ୍ୟ ଧର୍ମର ପୂଜାସ୍ଥଳୀକୁ ନଷ୍ଟ କରିଥିବେ । ଏହା ଆମ ସଂସ୍କୃତି କିମ୍ବା ଆମ ଜିନରେ ନାହିଁ । ଆମେ କେବେବି ଅଧିକାରବାଦୀ କିମ୍ବା ବିସ୍ତାରବାଦୀ ହୋଇନାହୁଁ । ଅତୀତର ଭୁଲରୁ ଶିକ୍ଷା ପାଇଁ ଇତିହାସକୁ ମନେ ରଖିବା ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି, ଯାହାଦ୍ୱାରା ଭବିଷ୍ୟତରେ ସେହି ସମାନ ଭୁଲର ପୁନରାବୃତ୍ତି ହେବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe