କନକ ବ୍ୟୁରୋ: ବିବାଦରେ ଭାରତୀୟ ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ବିନୀ । ଅଶ୍ବିନୀ କ୍ରିକେଟରୁ ସମସ୍ତ ଫର୍ମାଟ୍ରୁ ଅବସର ନେବାର ମାସେ ବି ହୋଇନାହିଁ ହେଲେ ବିବାଦୀୟ ବୟାନ ଦେଇ ଏବେ ଖବରରେ ରହିଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ । ତେବେ କଣ ଅଶ୍ବିନୀ କହିଛନ୍ତି ଦେଖିବା ଆମର ଏ ରିପୋର୍ଟରେ
- କ୍ରିକେଟରଙ୍କ ‘ହିନ୍ଦୀ’ଭାଷା ବିବାଦ
- ହିନ୍ଦୀ ନୁହେଁ ରାଷ୍ଟ୍ର ଭାଷା
ଅଶ୍ବିନୀ ହିନ୍ଦୀ ଭାଷାକୁ ନେଇ ଦେଇଥିବା ବୟାନ ଏବେ ସାରା ଦେଶରେ ଚର୍ଚ୍ଚାରେ ବିଷୟ ପାଲଟିଛି । ଏକ କଲେଜ କାର୍ଯ୍ୟକ୍ରମରେ ଯୋଗଦେଇ ଅଶ୍ବିନୀ କହିଥିଲେ ଏଠାରେ କେତେଜଣ ପିଲା ଇଂଲିଶ ବୁଝୁଛନ୍ତି ଏବଂ କେତେଜଣ ହିନ୍ଦୀ ବୁଝୁଛନ୍ତି । ଏହାପରେ କମ୍ ପିଲା ହିନ୍ଦୀ ବୁଜୁଥିବାର ସେ ଜାଣିଲେ ପରେ ପରେ ଅଶ୍ବିନୀ ହସି ହସି କହିଥିଲେ, ହିନ୍ଦୀ ଆମର ରାଷ୍ଟ୍ର ଭାଷା ନୁହେଁ ବରଂ ସରକାରୀ ଭାଷା । ଏହି ବୟାନ ପରେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଅଶ୍ବିନୀ । ଚେନ୍ନାଈର ଏକ ଇଞ୍ଜିନିୟରିଂ କଲେଜର କାଯ୍ୟକ୍ରମରେ ଅଶ୍ବିନୀ ଛାତ୍ରଛାତ୍ରୀଙ୍କୁ କହିଥିଲେ, ଆପଣ ମାନଙ୍କ ଭିତରୁ କିଏ ହିନ୍ଦୀରେ ପ୍ରଶ୍ନ ପଚାରିବାର ଆଗ୍ରହୀ କି ? ପରେ ଅଶ୍ବନୀ କହିଥିଲେ, ମୋ ମତରେ ହିନ୍ଦୀ ଦେଶର ରାଷ୍ଟ୍ରୀୟ ଭାଷା ନୁହେଁ, ଏହା ଏକ ସରକାରୀ ଭାଷା । ତେବେ ଅଶ୍ବିନୀଙ୍କ ଏହି ବୟାନ ସତେବେଳେ ଆସିଥିଲା ଯେତେବେଳେ ଦେଶ ୧୦ ଜାନୁଆରୀକୁ ‘ବିଶ୍ବ ହିନ୍ଦୀ ଦିବସ’ ରୁପେ ପାଳନ କରୁଥିଲା । ଅଶ୍ବିନୀଙ୍କ ଏହି ବୟାନ ପରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଜଣେ ଇଞ୍ଜିନିୟରରୁ କ୍ରିକେଟର ପାଲଟିଥିବା ଅଶ୍ବିନୀ ହିନ୍ଦୀ ଭାଷାକୁ ନେଇ ଏପରି ମନ୍ତବ୍ୟ ଦେବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍ସମାନେ । ବର୍ଡର-ଗାଭାସ୍କର ସିରିଜର ତୃତୀୟ ଟେଷ୍ଟ ପରେ କ୍ରିକେଟରୁ ଅବସର ନେଇଥିଲେ ରବିଚନ୍ଦ୍ରନ ଅଶ୍ବିନୀ ।