କନକ ବ୍ୟୁରୋ : ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲରେ ଉତ୍ସାହର ସହିତ ହିନ୍ଦୀ ଦିବସ ପାଳିତ ହେଲା । ସମ୍ବଲପୁରର ନାମ କରା  ବିଦ୍ୟାଳୟ ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲରେ ହିନ୍ଦୀ ଦିବସ ବହୁତ ଉତ୍ସାହର ସହିତ ପାଳନ କରାଗଲା ।  ଏହି ଅବସରରେ ବିଦ୍ୟାଳୟରେ ଅନେକ ବର୍ଗରେ ବିଭିନ୍ନ ରଚନାତ୍ମକ ତଥା ସାହିତ୍ୟିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା 

Advertisment

ଯେପରିକି- ଗଳ୍ପ ଲେଖନ, ହସ୍ତାକ୍ଷର, କବିତା ପାଠ, ଗଦ୍ୟାଂଶ ଶୁଦ୍ଧିକରଣ ଏବଂ ସାହିତ୍ୟିକ ସଂଗୋଷ୍ଠୀ ଇତ୍ୟାଦି। ଏହି ସମସ୍ତ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଭାଗ ନେଇଥିଲେ ।  ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଛାତ୍ରମାନଙ୍କ ମଧ୍ୟରେ ହିନ୍ଦୀ ଭାଷାର ପ୍ରଚାର-ପ୍ରସାର ତଥା ସେମାନଙ୍କ ଭିତରେ ରଚନାତ୍ମକ କୌଶଳର ବିକାଶ କରିବା ଏବଂ ହିନ୍ଦୀର ମହତ୍ତ୍ୱକୁ ଉଜାଗର କରିବା  ।

ବିଦ୍ୟାଳୟର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ହିନ୍ଦୀ ବିଭାଗ ଦ୍ୱାରା କରାଯାଇଥିଲା । ସର୍ବପ୍ରଥମେ ହିନ୍ଦୀ ବିଭାଗର ଶିକ୍ଷକମାନଙ୍କ ଦ୍ୱାରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଶ୍ରୀ ସଚିନ ପାଠକ, ବିଦ୍ୟାଳୟର  କୋର୍ଡିନେଟର ଶ୍ରୀମତୀ ରଶ୍ମିରେଖା ପଣ୍ଡା ଏବଂ ହିନ୍ଦୀ ବିଭାଗାଧ୍ୟକ୍ଷ ହେମନ୍ତ କୁମାର ଯାଦବଙ୍କୁ ପୁଷ୍ପଗୁଚ୍ଛ ଏବଂ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ ସହ ସମ୍ମାନିତ କରାଯାଇଥିଲା  ।

ଏହି ଅବସରରେ ପ୍ରଧାନ ଶିକ୍ଷକ  ଶ୍ରୀ ସଚିନ ପାଠକ ହିନ୍ଦୀ ଭାଷାର ଗୌରବମୟ ଇତିହାସ ଏବଂ ଏହାର ସାଂସ୍କୃତିକ ଐତିହ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ ହିନ୍ଦୀ ଆମ ଦେଶର ପରିଚୟ। ସେ ମାତୃଭାଷା ପ୍ରତି ସମ୍ମାନ ତଥା ପ୍ରେମ ବିକଶିତ କରିବାର ବାର୍ତ୍ତା ଦେଇଥିଲେ। ହିନ୍ଦୀ ବିଭାଗାଧ୍ୟକ୍ଷ ହେମନ୍ତ କୁମାର ଯାଦବ ହିନ୍ଦୀ ଭାଷାର ବୈଶ୍ୱିକ ମହତ୍ତ୍ୱ ତଥା ଯୋଗଦାନ ଉପରେ ନିଜର ବିଚାର ଉପସ୍ଥାପନ କରିଥିଲେ ଏବଂ ଏହାକୁ ରାଜଭାଷା ବଦଳରେ ରାଷ୍ଟ୍ରୀୟ ଭାଷା ରୂପେ ମାନ୍ୟତା ଦେବାକୁ ଦାବି କରିଥିଲେ ।

ଏହି ଅବସରରେ ବିଦ୍ୟାଳୟର କୋର୍ଡିନେଟର ଶ୍ରୀମତୀ ରଶ୍ମିରେଖା ପଣ୍ଡାଙ୍କ ସହିତ ନିହାରିକା ପୂଜାରୀ, ରାଜେନ୍ଦ୍ର ରଜକ, ଅନୁପମା ଚୌବେ, ପଙ୍କଜ ଶର୍ମା, ନେହା ନଗମା ଏବଂ ହୀରାଲାଲ ପ୍ରସାଦ ଆଦି ଶିକ୍ଷକମାନେ ନିଜ କବିତାର ପ୍ରସ୍ତୁତି ମାଧ୍ୟମରେ ଏହି ଦିବସକୁ ସ୍ମରଣୀୟ କରିଦେଇଥିଲେ  ।  ଏହି ଅବସରରେ ବିଦ୍ୟାଳୟର ଚେୟାର ପର୍ସନ ଶ୍ରୀମତୀ ସୁମନ ଡାଲମିଆ   ଏବଂ  ନିର୍ଦ୍ଦେଶକ ଶ୍ରୀ କେଶବ ଡାଲମିଆ ଶିକ୍ଷକ  ଏବଂ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇ ହାର୍ଦ୍ଦିକ ଶୁଭକାମନା ଜଣାଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ସଙ୍ଗୀତ ଶିକ୍ଷକ ଗିରିଜାଶଙ୍କର ମିଶ୍ର, କଳା ଶିକ୍ଷକ ସୁବ୍ରତ ବେହେରା ତଥା ନୃତ୍ୟ ଶିକ୍ଷକ କହ୍ନେୟା କୁମାରଙ୍କର ପ୍ରଶଂସନୀୟ ଭୂମିକା ରହିଥିଲା  ।