କନକ ବ୍ୟୁରୋ : କ୍ୟାନ୍ସର ସହ ଲଢୁଛନ୍ତି ପ୍ରଶିଦ୍ଧ ଟେଲି ଅଭିନେତ୍ରୀ ହିନା ଖାନ । କ୍ୟାନ୍ସର ସହ ଫାଇଟ୍ କରୁଥବା ହିନା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ଥାଆନ୍ତି । ଏଇ ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ ହିନା । ଏହି ଭିଡିଓରେ ହିନାଙ୍କ ପୁରୁଷ ବନ୍ଧୁ ତାଙ୍କ ଯତ୍ନ ନେଉଥିବାର ଦେଖିବାକୁ ମିଳିଛି । ହୀନାଙ୍କ ଗୋଡ ଦାବି ଦେବା ସହ ତାଙ୍କୁ ଖୁଆଇଦେଉଥିବାର ଭିଡିଓ ପୋଷ୍ଟ କରିଥିଲେ ହିନା । ହିନାଙ୍କ ମୁଣ୍ଡ ମଧ୍ୟ ଦାବି ଦେଉଥିବା ହିନା ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ଦୀର୍ଘ ଦିନ ହେବ ସ୍ତନ କର୍କଟ ପରି ଗୁରୁତର ରୋଗରେ ପିଡିତ ଅଛନ୍ତି ହିନା । ଏବେ ତାଙ୍କର ଚିକିତ୍ସା ଚାଲିଛି । ଅଭିନେତ୍ରୀଙ୍କ ଏହି ବିପଦ ସମୟରେ ତାଙ୍କ ପରିବାର ଏବଂ ପ୍ରେମିକ ରକି ଜୟସବାଲ ଛାଇ ଭଳି ତାଙ୍କ ପାଖେ ପାଖେ ରହିଛନ୍ତି । ପରିବାର ଲୋକଙ୍କ ସହ ବୟଫ୍ରେଣ୍ଡ ମଧ୍ୟ ତାଙ୍କର ଖୁବ୍ ସେବା କରୁଛନ୍ତି ।
ପୁରୁଷବନ୍ଧୁଙ୍କୁ ତାରିଫ୍ କରିଛନ୍ତି ହିନା । ହିନା କରିଥିବା ପୋଷ୍ଟରେ ଦେଖିବାକୁ ମିଳିଛି ଯେ, ରକି ହସ୍ପିଟାଲରେ ତାଙ୍କ ଲେଡି ଲଭ୍ ର କିପରି ଗୋଡ ଦାବି ଦେଉଛନ୍ତି । ଖାଲି ଏତିକି ନୁହେଁ ରୋଗରେ ପଡିଥିବା ହିନାଙ୍କ ସ୍କିନ ର ବି ଯତ୍ନ ନେଉଛନ୍ତି ପୁରୁଷବନ୍ଧୁ । ହିନା କହିଛନ୍ତି କ୍ୟାନ୍ସର ପାଇଁ ଯେତେବେଳେ ମୁଁ ଲଣ୍ଡା ହେଲି ସେତେବେଳେ ରକି ମଧ୍ୟ ଲଣ୍ଡା ହୋଇପଡିଥିଲେ । ରକିଙ୍କ ପ୍ରଶଂସାରେ ହିନା ଖାନ ଏକ ଲମ୍ବା ଚଉଡା କ୍ୟାପସନ ଲେଖି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏପଟେ ଶୀଘ୍ର ସୁସ୍ଥ ହୋଇଯାଅନ୍ତୁ ବୋଲି କାମନା କରୁଛନ୍ତି ହିନାଙ୍କ ପ୍ରଶଂସକ।