ହିମାନୀ ନରୱଲାଙ୍କ ମୃତ୍ୟୁ ଘଟଣା : ସତ ମାନିଲା ଅଭିଯୁକ୍ତ କହିଲା କରୁଥିଲା ବ୍ଲାକମେଲ, ଚିପିଦେଲି ଗଲା

Advertisment

କଂଗ୍ରେସକର୍ମୀ ହିମାନୀ ନରୱାଲ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତ ଏଭଳି କିଛି ବୟାନ ଦେଇଛି ଯାହା ପୁଲିସକୁ ହରଡଘଣାରେ ପକାଇଛି । କିଛି ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଦେଖାଇ ବ୍ଲାକମେଲ କରୁଥିବାରୁ ହିମାନୀକୁ ହତ୍ୟା କରିଥିବା କହିଛି ସଚିନ । 

Updated On

କଂଗ୍ରେସକର୍ମୀ ହିମାନୀ ନରୱାଲ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତ ଏଭଳି କିଛି ବୟାନ ଦେଇଛି ଯାହା ପୁଲିସକୁ ହରଡଘଣାରେ ପକାଇଛି । କିଛି ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଦେଖାଇ ବ୍ଲାକମେଲ କରୁଥିବାରୁ ହିମାନୀକୁ ହତ୍ୟା କରିଥିବା କହିଛି ସଚିନ । 

ଅଦ୍ୟତନ ହୋଇଛି
466

Photograph: (KanakNews )

କନକବ୍ୟୁରୋ : କଂଗ୍ରେସକର୍ମୀ ହିମାନୀ ନରୱାଲ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତ ଏଭଳି କିଛି ବୟାନ ଦେଇଛି ଯାହା ପୁଲିସକୁ ହରଡଘଣାରେ ପକାଇଛି । କିଛି ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଦେଖାଇ ବ୍ଲାକମେଲ କରୁଥିବାରୁ ହିମାନୀକୁ ହତ୍ୟା କରିଥିବା କହିଛି ସଚିନ ।   ରବିବାର ସକାଳୁ ଯେତେବେଳେ ବନ୍ଦ ସୁଟକେଶରୁ ମିଳିଥିଲା କଂଗ୍ରେସକର୍ମୀ ହିମାନୀ ନରୱାଲଙ୍କ ମୃତଦେହ ସେତେବେଳେ ପୂରା ହରିୟାଣା ରାଜ୍ୟରେ ଚାଞ୍ଚଲ୍ୟଖେଳିଯାଇଥିଲା  ।  କିଏ ମାରିଲା ହିମାନୀଙ୍କୁ?  କାହିଁକି ମାରିଲା?  କୁଆଡେ ଗଲା ଅଭିଯୁକ୍ତ?

ରାଜନୈତିକ ପ୍ରତିଶୋଧ ନା ଆଉ କିଛି?(ଆଲଫା)ଏମିତି ଅନେକ ପ୍ରଶ୍ନ ଉଠୁଥିବାବେଳେ ପୁଲିସକୁ ସୋମବାର ମିଳିଛି ବଡ ସଫଳତା ।ଗିରଫ ଅଭିଯୁକ୍ତ ସଚିନର ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି ।

ହିମାନୀଙ୍କୁ ହତ୍ୟା ଓ ବ୍ଲାକମେଲ
-ସଚିନ ଓ ହିମାନୀ ଦେଢ଼ବର୍ଷ ହେବ ସର୍ମ୍ପକରେ ଥିଲେ
-ଅନେକ ସମୟରେ ସଚିନଙ୍କୁ ଏକୁଟିଆ ଡାକୁଥିଲେ ହିମାନୀ
-ବନ୍ଧୁତା ପରେ ପ୍ରେମର ରୂପ ନେଇଥିଲା
-ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଦେଖାଇ ହିମାନୀ ବ୍ଲାକମେଲ କରୁଥିଲା
-ବାରମ୍ବାର ଅର୍ଥ ଦାବି କରି ଧମକ ଦେଉଥିଲେ ହିମାନୀ
-ଅତିଷ୍ଠ ହେବା ହିମାନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲା ସଚିନ
-ଘରକୁ ଡାକି ମୋବାଇଲ ତାରରେ ତଣ୍ଟିଚିପି ହତ୍ୟା କରିଥିଲା
-ପରେ ସୁଟକେଶରେ ଶବକୁ ରଖି ଫିଙ୍ଗି ଦେଇଥିଲା

ତେବେ ଅଭିଯୁକ୍ତର କଥାରେ କେତେ ସତ୍ୟତା ଅଛି ଏନେଇ ଖୋଲତାଡ କରୁଛି ପୁଲିସ ।ଭାରତଯୋଡ ଆନ୍ଦୋଳନ ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଏକାଠି ପଦଯାତ୍ରା କରି ଲାଇମଲାଇଟକୁ ଆସିଥିଲେ ହିମାନୀ ।ପ୍ରଦେଶ କଂଗ୍ରେସର ଜଣେ ସକ୍ରିୟ କର୍ମୀ ରହିବା ସହ ବରିଷ୍ଠ ନେତାଙ୍କ ନିକଟତର ମଧ୍ୟ ଥିଲେ ।ତେବେ ହତ୍ୟା କରାଯିବା ଘଟଣା ପୂରା ହରିୟାଣାକୁ ଦୋହଲାଇ ଦେଇଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe