କନକ ବ୍ୟୁରୋ:ହରିୟାଣାର ହିମାନୀ ନରୱାଲ ହତ୍ୟା ମାମଲାରେ ପୋଲିସକୁ ବଡ ସଫଳତା ମିଳିଛି । ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଅଭିଯୁକ୍ତ ସଚିନ ଏବେ ଏମିତି କିଛି ଖୁଲ୍ଲାସା କରିଛି ଯାହା ହତ୍ୟାକାଣ୍ଡର ମୋଡକୁ ବଦଳାଇ ଦେଇଛି । ସଚିନ ନିଜ ବୟାନ କହିଛି ହିମାନୀ ତାକୁ ବହୁ ହଇରାଣ କରୁଥିଲେ, ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓକୁ ନେଇ ବ୍ଲାକମେଲ କରୁଥିଲେ । ଦୀର୍ଘ ଦିନ ହେବ ଅତିଷ୍ଠ ହେବା ପରେ ସେ ହତ୍ୟା କରିବାକୁ ଚରମ ନିଷ୍ପତି ନେଇଥଇଲେ । ତେବେ ଏହି ବୟାନରେ କେତେ ସତ୍ୟତା ରହିଛି ନେଇ ଖୋଳତାଡ କରୁଛି ରୋହତମ ପୁଲିସ । ହିମାନୀ ନରୱାଲଙ୍କ ମୃତଦେହ ୧ ମାର୍ଚ୍ଚରେ ରୋହତକର ଏକ ହାଇୱେ ନିକଟରେ ଏକ ସୁଟକେସ୍ ଭିତରେ ମିଳିଥିଲା । ମାମଲାରୁ ଅନ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଖୋଜୁଛି ।
ହରିୟାଣା ପୋଲିସ ରବିବାର ରାତିରେ ଏହି ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଥିଲା । ଉଭୟଙ୍କୁ ପଚରାଉଚରା ସମୟରେ ମିଳିଥିବା ସୂଚନା ଆଧାରରେ, ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ରବିବାର ହିମାନୀ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ, ଗିରଫଦାରୀ ପାଇଁ ପୋଲିସ ଉପରେ ରାଜନୈତିକ ଚାପ ବହୁତ ବୃଦ୍ଧି ପାଇଥିଲା । ହିମାନୀ କଂଗ୍ରେସର ଜଣେ ସକ୍ରିୟ କର୍ମୀ ଏବଂ କଂଗ୍ରେସ ସାଂସଦ ଦୀପେନ୍ଦ୍ର ସିଂ ହୁଦା ଏବଂ ଦଳର ବିଧାୟକ ବିବି ବାତ୍ରାଙ୍କ ସହ ନିଜର ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/03/fC9YMGFm2x6RNR1lHjtO.jpg)