କନକ ବ୍ୟୁରୋ:  ଯେବେଠୁ ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପ୍ଲେଟରୁ ସିଙ୍ଗଡା ଓ କେକ ଉଭାନ ହୋଇଛି ସେବେଠୁ ଆରମ୍ଭ ହୋଇଛି ରୋଚକ ଚର୍ଚ୍ଚା । ଘଟଣା କେବଳ ବୟାନବାଜିରେ ସୀମିତ ରହିନି ଏଥିରେ ସିଆଇଡିର ଏଟ୍ରିଂ ମଧ୍ୟ ହୋଇଛି । ସିଙ୍ଗଡା ପାଇଁ ଯାଂଚ କମିଟି ଗଠନକୁ ସହଜରେ ଗ୍ରହଣ କରିପାରିନି ପ୍ରଦେଶ ବିଜେପି ।ଶନିବାର ହିମାଚଳର ପ୍ରମୁଖ ସ୍ଥାନରେ ପ୍ରଦର୍ଶନ କରିଛି । ଦଳ କହିଛି ରାଜ୍ୟରେ ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ରହିଛି ଯାହାର ତଦନ୍ତ ଜରୁରୀ ଅଥଚ ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ସିଙ୍ଗଡା ହଜିବା ଘଟଣା ପାଇଁ କାହିଁକି ସିଆଇଡି ତଦନ୍ତ କରାଯାଉଛି । ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣାକୁ ବିରୋଧ କରି ନିଜ କାର୍ୟ୍ୟାଳୟରେ ସମୋସା ପାର୍ଟିର ଆୟୋଜନ କରିଛନ୍ତି 
 
 ଘଟଣାକୁ ନେଇ ବୟାନ ରଖିଛନ୍ତି ସୁଖୁ ସରକାର । ଗଣମାଧ୍ୟମରେ ପ୍ରସାରଣ ହେଉଥିବା ଖବର ମିଛ  ଓ ଏହାକୁ ଅତିରଂଜିତ କରି ପରିବେଷଣ କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ନରେଶ ଚୌହ୍ବାନ । ସେପଟେ ସିଙ୍ଗଡା ଘଟଣାକୁ ନେଇ  ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ  ଘଟଣା ଅକ୍ଟୋବର ୨୧ରେ । ମୁଖ୍ୟମନ୍ତ୍ରୀଙ୍କ ଏକ କାର୍ୟ୍ୟକ୍ରମ ପାଇଁ ପଂଚତାରକା ହୋଟେଲରୁ ମଗାଯାଇଥିଲା ତିନି ଡବା ସିଙ୍ଗଡା । କିନ୍ତୁ ମୁଖ୍ୟମନ୍ତ୍ରୀ ସୁଖୁଙ୍କ ବଦଳରେ ଏହାକୁ  ତାଙ୍କର କିଛି କର୍ମଚାରୀଙ୍କ ପରଷା ଯାଇଥିଲା । ଘଟଣାକୁ ନେଇ ସିଆଇଡି ତଦନ୍ତ କରାଯିବା ପରେ ଏନେଇ ଏବେ ହିମାଚଳରେ ଚାଲିଛି ସିଙ୍ଗଡା ବିବାଦ ।