କନକ ବ୍ୟୁରୋ: ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି । ଏପଟେ ଶିକ୍ଷାବର୍ଷ ଅଧା ହେଲାଣି । ଏଭଳି ସମୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭାବନାକୁ ବୁଝି ପାଠ ପଢାଉଥିବା ଶିକ୍ଷକଙ୍କ ବଦଳି ନିର୍ଦ୍ଦେଶକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଶିକ୍ଷକ ଜଣଙ୍କ ଅନ୍ୟତ୍ର ଚାଲିଗଲେ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେବାର ଆଶଙ୍କା କରି ଆନ୍ଦୋଳନରେ ବସିଛନ୍ତି । ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଅନୁଗୁଳରେ ପ୍ରତିବାଦ ଦେଖିବାକୁ ମିଳିଛି ।

Advertisment
  • ସ୍କୁଲରେ ତାଲା, ଧାରଣାରେ ପିଲା
  • ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଆନ୍ଦୋଳନ
  • ବଦଳି ବାତିଲ ନହେଲେ ସ୍କୁଲ ଛାଡ଼ିବେ ଛାତ୍ରଛାତ୍ରୀ!

ଅନୁଗୁଳ ଜିଲ୍ଲା କଞ୍ଜରା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ବଦଳିକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଶିକ୍ଷକ ଅମରେନ୍ଦ୍ର ଦଳେଇଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇ ସ୍କୁଲ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ। ଅମରେନ୍ଦ୍ର ସାର ଉଚ୍ଚମାନର ଶିକ୍ଷା ପ୍ରଦାନ କରୁଥିବାରୁ ତାଙ୍କୁ ଛାଡ଼ିବାକୁ ଚାହୁଁନାହାନ୍ତି ଛାତ୍ରଛାତ୍ରୀ।

ଶିକ୍ଷକଙ୍କ ବଦଳି ବାତିଲ କରିବା ଦାବିରେ ପ୍ରଥମେ କଞ୍ଜରା ଓ ବଡ଼ହଂସର ଗ୍ରାମବାସୀ ବିଦ୍ୟାଳୟରେ ବୈଠକ କରିଥିଲେ। ବୈଠକରେ ସମସ୍ୟାର କୌଣସି ସମାଧାନ ନହେବାରୁ ଅଭିଭାବକମାନେ ଅନିର୍ଦ୍ଦିଷ୍ଟ ପାଇଁ ବିଦ୍ୟାଳୟ ବନ୍ଦ କରିଛନ୍ତି।