ଆରମ୍ଭ ହେଲାଣି କାଉଡ଼ି ଯାତ୍ରା ; ଉତ୍ତରାଖଣ୍ଡ ଓ ହରିଦ୍ବାରରେ ଶ୍ରଦ୍ଧାଳୁଙ୍କ ପାଇଁ କଡ଼ା ସୁରକ୍ଷା

ପବିତ୍ର ଶ୍ରାବଣ ମାସରେ କାଉଡ଼ି ଯାତ୍ରା ଆରମ୍ଭ ।  ଉତ୍ତରାଖଣ୍ଡ ଓ ହରିଦ୍ବାରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ।  ସେପଟେ ସପ୍ତମ ଦିନରେ ପହଞ୍ଚିଲା ଅମରନାଥ ଯାତ୍ରା  । କଡ଼ା ସୁରକ୍ଷାରେ ଯାଉଛନ୍ତି ଶ୍ରଦ୍ଧାଳୁ  ।

76

କନକ ବ୍ୟୁରୋ:  ଶୁକ୍ରବାରଠାରୁ ଶ୍ରାବଣ ମାସ କାଉଡ଼ିଆ ଯାତ୍ରା ଆରମ୍ଭ ହୋଇଛି। ହରିଦ୍ୱାରରେ ଶିବମୟ ପରିବେଶ ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିବଭକ୍ତମାନେ ହର କି ପୌଡ଼ିରୁ ପବିତ୍ର ଗଙ୍ଗାଜଳ ସଂଗ୍ରହ କରି ଯାତ୍ରା ଆରମ୍ଭ କରିଛନ୍ତି। "ବୋଲ ବମ୍" ଓ "ହର ହର ମହାଦେବ" ଧ୍ୱନିରେ କାଉଡ଼ିଆମାନେ ଗନ୍ତବ୍ୟସ୍ଥଳକୁ ଯାତ୍ରା ଆରମ୍ଭ କରିଛନ୍ତି । ଭକ୍ତମାନେ ଶିବଲିଙ୍ଗରେ ଗଙ୍ଗାଜଳ ଅର୍ପଣ କରିବେ । କାଉଡ଼ି  ଯାତ୍ରା ଅବସରରେ ଉତ୍ତରାଖଣ୍ଡର ଡିଜିପି ଦୀପମ ସେଠ ହର କି ପୌଡ଼ିରେ ମାଆ ଗଙ୍ଗାଙ୍କ ପୂଜା କରି ଯାତ୍ରାର ନିର୍ବିଘ୍ନ ସଫଳତା ପାଇଁ ଆଶୀର୍ବାଦ ମାଗିଛନ୍ତି । ଆଇଜି, ଡିଆଇଜି ଓ ଏସଏସପିଙ୍କ ଉପସ୍ଥିତିରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା । ପ୍ରାୟ ୭ ହଜାର  ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । 

ସପ୍ତମ ଦିନରେ ଅମରନାଥ ଯାତ୍ରା । କଡ଼ା ସୁରକ୍ଷାରେ ଯାଉଛନ୍ତି ଯାତ୍ରୀ । ଅମରନାଥ ଯାତ୍ରାର ସପ୍ତମ ଦିନରେ ୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଅମରନାଥରେ ଦର୍ଶନ କରିଛନ୍ତି । ଜୁଲାଇ ୩ରୁ ଆରମ୍ଭ ହୋଇଛି ଏହି ୩୮ ଦିନିଆ ଯାତ୍ରା । ପାହାଲଗାମ ଓ ବାଲଟାଲ ମାର୍ଗ ଦେଇ ଶ୍ରଦ୍ଧାଳୁମାନେ ୩ ହଜାର ୮ ଶହ ୮୦ ମିଟର ଉଚ୍ଚରେ ଥିବା ଗୁମ୍ଫା ମନ୍ଦିରରେ ପହଞ୍ଚୁଛନ୍ତି ।  କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ଅମରନାଥ ଯାଉଥିବା ଯାତ୍ରୀଙ୍କ ପାଇଁ ଅନେକ ସୁବିଧା କରାଯାଇଛି । ଏପ୍ରିଲ ୨୨ରେ ପାହାଲଗାମ ଆତଙ୍କବାଦୀ ହମଲା ପରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ଉତ୍ସାହ ଆଗଭଳି ଅତୁଟ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe