କନକବ୍ୟୁରୋ : ଆଦିବାସୀ ଇଲାକା ସୁନ୍ଦରଗଡ ଜିଲ୍ଲାର ଯୁବ ସଫଳ ଉଦ୍ୟୋଗୀ ! ମାଟିରେ ବିଭିନ୍ନ ନିତ୍ଯ ବ୍ୟବହାର ଜିନିଷ ତିଆରି କରି ସୃଷ୍ଟି କରିଛନ୍ତି ନିଜର ସ୍ଵତନ୍ତ୍ର ପରିଚୟ l ମାଟି ପାତ୍ର ତିଆରି କରି କୋଟି କୋଟି ରୋଜଗାର l ନିଜେ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ କାହା ଅଧୀନରେ କମ ନକରି ଏବେ ନିଜେ ଜଣେ ସଫଳ ଉଦ୍ୟୋଗୀ ହେବା ସହ ସ୍ଥାନୀୟ ଅଞ୍ଚଳର ଅନେକ ମହିଳା ପୁରୁଷଙ୍କୁ ଦେଇଛନ୍ତି ରୋଜଗାର l
ତେବେ ପ୍ଲାଷ୍ଟିକ ବର୍ଜନ କୁ ଏକ ଆହ୍ବାନ ଭାବରେ ଗ୍ରହଣ କରି ମାଟିରୁ ପ୍ରସ୍ତୁତ ସାମଗ୍ରୀ ବ୍ୟବସାୟ କରି ଜଣେ ସଫଳ ଉଦ୍ୟୋଗୀ ହେଇପାରିବ ଏ ନାରା ନେଇ ଆଗକୁ ଆଗ ବଢି ଚାଲିଛନ୍ତି ଆଦିବାସୀ ଅଧ୍ୟୁସିତ ରାଉଲକେଲା କୁଆଁରମୁଣ୍ଡା ବ୍ଲକ ର ସଫଳ ଉଦ୍ୟୋଗୀ ମନୋଜ ନାୟକ l
ମାଟି ବ୍ୟବସାୟରୁ ସଫଳ ଯୁବ ଉଦ୍ୟୋଗୀ! ମାଟି ପାତ୍ର ବ୍ୟବସାୟରୁ କୋଟି ପତି l ଦେଢ଼ ଲକ୍ଷ ଟଙ୍କା ବିନିଯୋଗ କରି ଆଜି କୋଟି କୋଟି ଟଙ୍କାର ମାଲିକ l ମାଟିରୁ ପ୍ରସ୍ତୁତ ମାଟି କପ, ପ୍ଲେଟ ଓ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରି ତିଆରି କରିଛନ୍ତି ନିଜର ସ୍ଵତନ୍ତ୍ର ପରିଚୟ l ପ୍ଲାଷ୍ଟିକକୁ ବର୍ଜନ କରି କିପରି ମାଟିରୁ ପ୍ରସ୍ତୁତ ସାମଗ୍ରୀ ବ୍ୟବସାୟ କରି ଜଣେ ଆତ୍ମ ନିର୍ଭର ହୋଇପାରିବ ତାହା କରୀକି ଦେଖାଇଛନ୍ତି ରାଉଲକେଲା କୁଆଁରମୁଣ୍ଡା ର ମନୋଜ ନାୟକ l ନିଜେ ଏମବିଏ ପାଠ ପଢି ଉଚ୍ଚ ଶିକ୍ଷିତ l
ହେଲେ କାହା ଅଧୀନରେ ଚାକିରୀ ନକରି ନିଜେ କିଛି କରିବାର ଜିଦ୍ ଆଜି ମନୋଜ କୁ ସ୍ବାବଲମ୍ବୀ କରିଛି ସତ ତାସହ ସ୍ଥାନୀୟ ଅଂଚଳରେ ଅନେକ ପୁରୁଷ ଓ ମହିଳା ମଧ୍ଯ ଦୁଇ ପଇସା ରୋଜଗର କରି କରି ପାରୁଛନ୍ତି l ତେବେ ଚାକିରୀ ପଛରେ ନ ଗୋଡ଼ାଇ ନିଜେ କିଛି କରି ଆତ୍ମ ନିର୍ଭର ହୋଇପାରିବା ବୋଲି କହିଛନ୍ତି ମନୋଜ l
ରାଉଲକେଲା ସାନ ଦଲକି ଅଂଚଳରେ ରହିଚି ମନୋଜଙ୍କ ତୁଳସା ଏଣ୍ଟାରପ୍ରାଇଜେସ ନାମକ ଇଣ୍ଡଷ୍ଟ୍ରି l ୪ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ମାଟି ପାତ୍ର ବ୍ୟବସାୟ ଏବେ ଓଡିଶାର କୋଣ କୋଣରେ ପହଞ୍ଚିବା ସହ ଛତିଶଗଡ଼ ଓ ଝାଡ଼ଖଣ୍ଡ ଭଳି ରାଜ୍ୟକୁ ମଧ୍ଯ ଲମ୍ବିଲାନି l
ଦିନକୁ ୨୦ ହଜାର ମାଟି ପାତ୍ର ବାହାରୁଥିବା ବେଳେ ମାସକୁ ଆୟ ପାଖାପାଖି ପାଞ୍ଚ ରୁ ସାତ ଲକ୍ଷ ଟଙ୍କା l ବର୍ଷକୁ ପାଖାପାଖି ୫୦ ଲକ୍ଷରୁ ବି ଅଧିକ ଟଙ୍କାର ଟର୍ଣ୍ ଓଭର ରହିଚି ଏହି ବ୍ୟବସାୟର l ମାର୍କେଟ ରେ ଏହି କପ୍ ର ବେଶ୍ ଚାହିଦା ରହି ଥିବା ବେଳେ ଦ ୨୭୧ ବ୍ରାଣ୍ଡ ରେ ବିଭିନ୍ନ ସାମଗ୍ରୀ ମିଳୁଛି l
ତେବେ ଆଗକୁ ମାଟିରୁ ଅହୁରି ଅନେକ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ମନୋଜ ଲକ୍ଷ୍ୟ ରଖିଥିବା ବେଳେ ରାଜ୍ୟ ବାହରକୁ ନ ଯାଇ ନିଜ ଅଂଚଳରେ ରୋଜଗାର ପାଇ ସୁଇ ପୈସା ରୋଜଗାର କରୁଥିବାରୁ ବେଶ୍ ଖୁସି ଥିବା କହିଛନ୍ତି ମାଟି ପାତ୍ର ପ୍ରସ୍ତୁତ କରୁଥିବା କର୍ମଚାରୀ l