ସର୍ବାଧିକ ଆୟକାରୀ ଓଡ଼ିଆ ଚଳଚ୍ଚିତ୍ର 'ବୋଉ ବୁଟ୍ଟୁ ଭୁତ'

ଓଲିଉଡ଼ ସୁପରଷ୍ଟାର ବାବୁସାନ୍ ମହାନ୍ତିଙ୍କ ଅଭିନୀତ ବୋଉ ବୁଟ୍ଟୁ ଭୁତ' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ଏହା ସର୍ବାଧିକ ଆୟକାରୀ ଓଡ଼ିଆ ଚଳଚ୍ଚିତ୍ର ପାଲଟିଛି

bou butu bhuta

Photograph: (kanaknews)

କନକବ୍ୟୁରୋ : ଓଲିଉଡ଼ ସୁପରଷ୍ଟାର ବାବୁସାନ୍ ମହାନ୍ତିଙ୍କ ଅଭିନୀତ ବୋଉ ବୁଟ୍ଟୁ ଭୁତ' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ଏହା ସର୍ବାଧିକ ଆୟକାରୀ ଓଡ଼ିଆ ଚଳଚ୍ଚିତ୍ର ପାଲଟିଛି । ଏହି ହରର୍ କମେଡି ଚଳଚ୍ଚିତ୍ରଟି  ୨୦୨୫ର ସବୁଠାରୁ ଲାଭଦାୟକ ଚଳଚ୍ଚିତ୍ର ହୋଇଛି । ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ଉତ୍କଷ୍ଠ ବଢିବାରେ ଲାଗିଛି ।

ଫିଲ୍ଲକୁ ଦର୍ଶକଙ୍କ ଅଧିକ ମାତ୍ରାରେ ଭଲପାଇବା ଦେବା ସହ କାହାଣୀକୁ ଲୋକ ଅଧିକ ପସନ୍ଦ କରିଛନ୍ତି ଯାହା ବର୍ତ୍ତମାନ ସମସ୍ତଙ୍କର ପସନ୍ଦ ପାଲଟିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି  ଭିକି କୌଶଳଙ୍କ 'ଛାୱା'କୁ ପରାସ୍ତ କରିଛି । କୋଇମୋଇର ରିପୋର୍ଟ ଅନୁଯାୟୀ, ବୋଉ ବୁଟ୍ଟୁ ଭୁତ ୨୫ ଦିନରେ ୧୫.୧୦ କୋଟିର ନେଟ୍ କଲେକ୍ସନ କରିଛି । ସେହି ସମୟରେ, ଫିଲ୍ମଟି ୧୭.୮୧ କୋଟି ଆୟ କରିଛି । ଏହି ଫିଲ୍ମଟି ଓଡ଼ିଆ ସିନେମାରେ ଅନେକ ନୂତନ ରେକର୍ଡ ସ୍ଥାପନ କରିଛି। 

 
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe