OPSC ଏବଂ OSSSC ପ୍ରଶ୍ନପତ୍ର ତ୍ରୁଟି ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା; କହିଲେ ନିଶ୍ଚିତ ହେବ ତଦନ୍ତ

OPSC ଏବଂ OSSSC ପ୍ରଶ୍ନପତ୍ର ତ୍ରୁଟି ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା; କହିଲେ , ଆଗକୁ ବ୍ୟବସ୍ଥିତ କରିବାକୁ ନିଆଯାଉଛି ପଦକ୍ଷେପ

'ପ୍ରଶ୍ନପତ୍ର ତ୍ରୁଟିକୁ ନେଇ ହେବ ତଦନ୍ତ'

'ପ୍ରଶ୍ନପତ୍ର ତ୍ରୁଟିକୁ ନେଇ ହେବ ତଦନ୍ତ' Photograph: (kanakNews)

କନକ ବ୍ୟୁରୋ: ଓପିଏସ୍‌ସି  ଏବଂ ଓଏସଏସଏସସି ପ୍ରଶ୍ନପତ୍ର ତ୍ରୁଟି ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଲେ, ଏହା ମୋ ବିଭାଗ ଅଧୀନରେ ଯାଉ ନାହିଁ । ଆଗରୁ ଓପିଏସସି କୁହନ୍ତୁ କିମ୍ବା ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଟିରେ ବହୁତ ଅବ୍ୟବସ୍ଥା ରହିଆସିଛି ।

ବିଧାନସଭା ପୂର୍ବ ଅଧିବେଶନରେ ଏହାକୁ ବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ନିଆଯାଇଛି ଆଗକୁ ସବୁକିଛି ବ୍ୟବସ୍ଥିତ ଢଙ୍ଗରେ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । ସେପଟେ ପ୍ରଶ୍ନପତ୍ର ତ୍ରୁଟି ଘଟଣାର ତଦନ୍ତ ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe