କନକ ବ୍ୟୁରୋ : ନାକ୍ ମାନ୍ୟତା ପାଇଁ ଉଚ୍ଚ ଶିକ୍ଷା ବିଭାଗର ବଡ଼ ପଦକ୍ଷେପ । ୩୪ କଲେଜ ଅଧକ୍ଷଙ୍କ ବୈଠକ ନେଲେ ବିଭାଗ ନିର୍ଦ୍ଦେଶକ । ନାକ୍ ମାନ୍ୟତା ପାଇଁ ପ୍ରସ୍ତୁତି ହେବାକୁ ଦିଆଗଲା ଟାସ୍କ । ଅଧକ୍ଷ ଜଣାଇଲେ ଅସୁବିଧା, ଏକ୍ସପର୍ଟ ଦେଲେ ଟିପ୍ସ । କଲେଜ ଗୁଡିକ ନାକ୍ ମାନ୍ୟତାରେ ଭଲ ପ୍ରଦର୍ଶନ କରିବା ପାଇଁ କଲେଜ ଅଧକ୍ଷଙ୍କୁ ଦିଆଗଲା ଟିପ୍ସ । ୩୪ କଲେଜ ଅଧକ୍ଷ ମାନଙ୍କୁ ଭୁବନେଶ୍ୱର ଡକରା । କଲେଜର ଅଧକ୍ଷ ମାନେ ଉପସ୍ଥିତି ରହି ନାକ୍ ଆକରିଗ୍ରେଡେସନ୍ ବାବଦରେ ତଥ୍ୟ ହାତେଇଲେ ।  

Advertisment

ମୋଟ ୬ଟି ଜୋନର ବୈଠକରେ  ବୌଦ୍ଧ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ସୋନପୁର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ, ରାଉରକେଲା, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନାଗିରି, ଗଞ୍ଜାମ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ପୁରୀ, କେଉଁଝରର ସିଲେକଟିଭ କଲେଜ ମାନଙ୍କୁ ଡକାଯାଇଥିଲା । ଯେମିତିକି ଭଦ୍ରକ ଅଟୋନୋମସ କଲେଜ, କେନ୍ଦ୍ରାପଡାର କେନ୍ଦ୍ରାପଡା ଅଟୋନୋମୋସ କଲେଜ, ମଡେଲ ଡିଗ୍ରୀ କଲେଜ ବୌଦ୍ଧ, ସେହିପରି ରାଉରକେଲାର ଡିଗ୍ରୀ ଓମେନ୍ସ କଲେଜ ଭଳି ଅନେକ କଲେଜ ସାମିଲ ରହିଥିଲେ । 

ଯେଉଁ କଲେଜ ଗୁଡିକ କେବେ ବି ନାକ୍ ପାଇଁ ଆବଦେନ କରି ନାହାନ୍ତି ଏଥର ସମସ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗର ନିର୍ଦ୍ଦେଶକ । ସେପଟେ ନାକ୍ ଏକ୍ସପର୍ଟ କହିଛନ୍ତି ଓଡ଼ିଶାରେ ଏବେ ଜାତୀୟ ଶିକ୍ଷା ନୀତି କାର୍ୟ୍ୟକାରୀ ହେବାକୁ ଯାଉଛି ତେଣୁ ଏବେ ବିଭିନ୍ନ କଲେଜ ନାକ ରାଙ୍କରେ ପଛରେ ପଡିଛି ସେମାନଙ୍କୁ ଏ ବାବଦରେ ବୁଝେଇବା, ମାନ୍ୟତା ପାଇଁ କ୍ରାଇଟେରିଆ ବିଷୟରେ ଅବଗତ କରାଇବା, ଆବଦେନ କରିବା ପାଇଁ ପ୍ରୋତ୍ସାହନ କରିବା ଏହା ବିଭାଗର ଦାୟିତ୍ୱ ଯାହା କି ଆଜି ଏକ ପ୍ରଶିକ୍ଷଣ ରୂପେ ଅଧକ୍ଷ ମାନଙ୍କୁ ଜଣାଇ ଦିଆଯାଇଛି ।