କନକବ୍ୟୁରୋ: ଯୌନ ନିର୍ଯାତନା ରୋକିବାକୁ ଆକ୍ସନ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ । ଏଣିକି ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତଥା ଆଇସିସି ଗଠନକୁ ଗୁରୁତ୍ୱ ଦେଇଛି ବିଭାଗ । ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏହି କମିଟି ଅଛି କି ନାହିଁ, ଏହା କିପରି କାମ କରୁଛି, ଏସବୁର ବିସ୍ତୃତ ତଥ୍ୟ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ । 

Advertisment

ଏନେଇ ସମସ୍ତ ସରକାରୀ, ଘରୋଇ,  ବିଶ୍ଵବିଦ୍ୟାଳୟ ଅଧକ୍ଷ, କୁଳପତି, ସମସ୍ତ ସରକାରୀ, ବେସରସରକାରୀ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷ ଏବଂ ସମସ୍ତ  ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କାର୍ୟ୍ୟସ୍ଥଳରେ ମହିଳାଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଦେବାକୁ ନେଇ ତତ୍ପରତା ପ୍ରକାଶ ପାଇଛି।

ଚିଠିରେ ଉଲ୍ଲେଖ ଅଛି, ଉଚ୍ଚ ଶିକ୍ଷାନୁଷ୍ଠାନରେ ମହିଳାଙ୍କୁ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ, ପ୍ରତିକାର) ଆକ୍ଟ ୨୦୧୩ କାର୍ଯ୍ୟକାରୀ କରିବାକୁ ଗୁରୁତ୍ବ ଦିଆଯିବ। ଉଚ୍ଚଶିକ୍ଷାନୁଷ୍ଠାନରେ ଶିକ୍ଷାର୍ଥୀଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇସିସି ନଥିବା ଉଚ୍ଚଶିକ୍ଷାନୁଷ୍ଠାନରେ ଏହାକୁ ଗଠନ କରିବାକୁ କୁହାଯାଇଛି। ଯେଉଁଠି କମିଟି ଅଛି, ତାର କାର୍ଯ୍ୟକାରିତା ସଂପର୍କରେ ୩୦ ତାରିଖ ସୁଦ୍ଧା ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି।