କନକ ବ୍ୟୁରୋ: ଏଆଇଏଡିଏମକେରୁ ବହିଷ୍କୃତ ହୋଇଥିବା ନେତାମାନଙ୍କୁ ଫେରାଇ ଆଣିବା ପ୍ରସଙ୍ଗକୁ ନେଇ ଦଳ ମଧ୍ୟରେ ବିବାଦ ବଢ଼ିବାକୁ ଲାଗିଛି । ଏହି ନେତାମାନଙ୍କୁ ଏଆଇଏଡିଏମକେ ସାଧାରଣ ସମ୍ପାଦକ ପଲାନିସ୍ବାମୀ ୧୦ଦିନ ମଧ୍ୟରେ  ଫେରାଇ ଆଣିବାକୁ ସଂଗଠନ ସମ୍ପାଦକ ଇଲା ସେନଗୋଥାୟନ ସମୟ ନେଇଥିଲେ । ମାତ୍ର ଏହାର ୨୪ ଘଣ୍ଟା ନପୁରୁଣୁ ସେନଥାଇୟାନଙ୍କୁ ଦଳର ସମସ୍ତ ଦାୟିତ୍ବର ମୁକ୍ତ କରାଯାଇଛି ।

Advertisment

ଶୁକ୍ରବାର ଏରୋଦଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ବିଭିନ୍ନ କାରଣରୁ ଏଆଇଏଡିଏମକେରୁ ବହିଷ୍କୃତ ହୋଇଥିବା ନେତାମାନଙ୍କୁ ଫେରାଇ ଆଣି ସମସ୍ତେ ମିଶି ନିର୍ବାଚନ ଲଢ଼ିବାକୁ ସେନଗୋଥାୟନ ଗୁରୁତ୍ବ ଦେଇଥିଲେ । ଯାହା ଦଳର ସାଧାରଣ ସମ୍ପାଦକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀଙ୍କୁ ବାଧିଥିଲା ।ଏହାର ପରିଣାମ ସୂରୁପ ୯ଥର ବିଧାୟକ ଥିବା ସେନଥିୟାନଙ୍କ ବିରୋଧରେ ଆଜି କାର୍ଯ୍ୟାନୁଷ୍ଠାନ ନିଆଗଲା

ଏଆଇଏଡିଏମକେରୁ ସମସ୍ତ ବହିଷ୍କୃତି ନେତାମାନଙ୍କ ଦଳକୁ ଫେରାଇ ଆଣିବାକୁ ବରିଷ୍ଠ ନେତା ସେନଗୋଥାୟନଙ୍କ ପ୍ରସ୍ତାବକୁ ବିଜେପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନୀରସେଲଭମ ସ୍ବାଗତ କରିଥିଲେ । ବିଜେପି ସହ ମେଣ୍ଟ ହେଲା ଦିନଠାରୁ ଏଆଇଏଡିଏମ୍‌କେରୁ ବହିଷ୍କୃତ ହୋଇଥିବା ନେତାମାନଙ୍କୁ ଫେରାଇ ଆଣିବାକୁ ଗୃହମନ୍ତ୍ରୀ ଅମିତ ଶାହ, ପଲାନିସ୍ବାମୀଙ୍କ ଉପରେ ଚାପ ପକାଉଛନ୍ତି । ମାତ୍ର ଏହାକୁ ପଲାନିସ୍ବାମୀ ବାରମ୍ବାର ଏଡ଼ାଇ ଚାଲିଥିଲେ । ଏବେ ଦଳର ବରିଷ୍ଠ ନେତା ସେନଗୋଥାୟନଙ୍କ ପ୍ରସ୍ତାବକୁ ଟାଳିବାକୁ ଯାଇ ତାଙ୍କୁ ସମସ୍ତ ଦଳୀୟ ପଦବୀରୁ ହଟାଯାଇଛି । ଯେପରିକି ଅନ୍ୟ କୌଣସି ନେତା ଏଭଳି ପ୍ରସ୍ତାବ ପୁଣି ଥରେ ଆଣିପାରିବେ ନାହିଁ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀ ଚାହୁଁନାହାନ୍ତି ଆଉ ଜଣେ ପୂର୍ବ ମୁଖ୍ୟମନ୍ତ୍ରୀ ଓ ପନୀରସେଲଭମ ଦଳକୁ ଫେରନ୍ତୁ । ଦଳର ସୁପ୍ରିମୋ ଥିବା ଜୟଲଳିତାଙ୍କ ମୃତ୍ୟୁ ପରେ ନେତୃତ୍ବ ପ୍ରସଙ୍ଗକୁ ନେଇ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭିତରେ ବିବାଦ ଲାଗି ରହିଥିଲା ।ମାତ୍ର ଦଳର ସେଣ୍ଟାଲ କମିଟି ନିଜ ଅଧିକ ସମର୍ଥନ ବଳରେ ପଲାନୀସ୍ବାମି ଓ ପନୀରସେଲଭମଙ୍କୁ ବହିଷ୍କୃତ କରିବାକୁ ସମର୍ଥ ହୋଇଥିଲେ । ମାତ୍ର ଏଆଇଏଡିଏମକେ ସହ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ ହେବା ପରଠୁ ବିଜେପି ତୁଙ୍ଗନେତୃବୃନ୍ଦ ପନୀରସେଲଭମ ଓ ଜୟଲଳିତାଙ୍କ ପୁତୁରା ଦିନାକରଣଙ୍କୁ ଫେରାଇ ଆଣିବାକୁ ଜୋର ଦେଉଛି ।କିନ୍ତୁ ଆଜିର ଘଟଣାବଳୀରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ନିଜ ନେତୃବୃନ୍ଦକୁ କଣ୍ଟମୁକ୍ତ କରିବାକୁ ପଲାନୀସ୍ବାମ ଏହି ନେତାମାନଙ୍କୁ ଦଳକୁ ଫେରାଇ ଆଣିବେ ନାହିଁ ।ଯାହାଫଳରେ ପନୀରସେଲଭମ ଓ ଦିନାକରଣଙ୍କ ପାଇଁ ଲୋକପ୍ରିୟ ଅଭିନେତା ବିଜୟଙ୍କ ମେଣ୍ଟ ସାମିଲ ହେବା ବାଟ ଫିଟାଇବ ।