କନକ ବ୍ୟୁରୋ: କଟକରେ ଖରାପ ରାସ୍ତା ନେଇ ପୁଣି ସିଏମସି ଉପରେ ବର୍ଷିଲେ ହାଇକୋର୍ଟ । ରାସ୍ତା ମରାମତି ନେଇ ସିଏମସି ରିପୋର୍ଟକୁ ଦେଖି ବର୍ଷିଛନ୍ତି ଉଚ୍ଚନ୍ୟାୟାଳୟ । ହାଇକୋର୍ଟ କହିଲେ, କାମ ହେଇନି କେବଳ ତାଳି ପକା କାମ ହୋଇଛି । ମିଛ ରିପୋର୍ଟ ଦେଇଥିଲେ ଓଲଟା କୋର୍ଟ ନିର୍ଦେଶ ଅବମାନନା ମାମଲା କରାଯିବ । ପୂଜା ପୂର୍ବରୁ ସହରର ସବୁ ଜାଗାରେ ଆଲୋକୀ କରଣ ବ୍ୟବସ୍ଥା ହେବା ଦରକାର ବୋଲି କୋର୍ଟ କହିଛନ୍ତି । ଡିଜେ ବାରଣ ନିୟମ କଡାକଡି ପାଳନ ହେଉ । ଗଣେଶ ପୂଜା ରେ ଡିଜେ ବାରଣ ନିୟମ କଡ଼ାକଡ଼ି ପାଳନ ହୋଇନାହିଁ । ଆଜି ମାମଲାର ଶୁଣାଣି ବେଳେ କଟକ ଡିସିପି ଉପସ୍ଥିତ ଥିଲେ । ତୋରଣ ପାଇଁ ଟ୍ରାଫିକ ସମସ୍ୟା ହେବ ନାହିଁ ବୋଲି କହିଥିଲେ । ଏନେଇ କିଛି ପୂଜା କମିଟି ଭଲ୍ୟୁଣ୍ଟର ରଖି ଭିଡ଼ ନିୟନ୍ତ୍ରଣ କରିବେ ବୋଲି କୋର୍ଟଙ୍କୁ କହିଛନ୍ତି । କୋର୍ଟ କହିଲେ ଏନେଇ ବିଧିବଦ୍ଧ ସତ୍ୟପାଠ ଦାଖଲ କରନ୍ତୁ । ଜଷ୍ଟିସ ସଙ୍ଗମ ସାହୁ ଜଷ୍ଟିସ ନରସିମାଙ୍କ ଖଣ୍ଡପୀଠରେ ହେଲା ଶୁଣାଣୀ ।
ଖରାପ ରାସ୍ତା ନେଇ କ୍ଷୋଭ ପ୍ରକାଶ କଲେ ହାଇକୋର୍ଟ । କହିଲେ ତାଳି ପକା କାମ ହୋଇଛି ।
ଖରାପ ରାସ୍ତାକୁ ନେଇ ପୁଣି ସିଏମ୍ସି ଉପରେ ବର୍ଷିଲେ ହାଇକୋର୍ଟ । ରାସ୍ତା ମରାମତି ରିପୋର୍ଟକୁ କହିଲେ ମିଛ । ତାଳି ପକା କାମ ହୋଇଥିବା କହିଲେ ଉଚ୍ଚ ନ୍ୟାୟାଳୟ ।