ବିିରୋଧୀ ଶାସକ ଦସ୍ତାଧସ୍ତି ; ବିଧାନସଭା ଭିତରେ ହାଇଭୋଲଟେଜ୍ ଡ୍ରାମା

ଜମ୍ମୁ-କାଶ୍ମୀର ବିଧାନସଭାରେ ହାଇ ଭୋଲଟେଜ ଡ୍ରାମା  । ଧାରା ୩୭୦ ପୁନଃ ଲାଗୁ ଦାବିରେ ଶାସକ ଓ ବିରୋଧୀ ମୁହାଁମୁହିଁ  । ବିଧାୟକଙ୍କ ମଧ୍ୟରେ ଧକ୍କା ଓ ମୁଥ ମରାମରି । ହଙ୍ଗାମା କରୁଥିବା ବିଧାୟକଙ୍କୁ କାଢ଼ିଦେଲେ ମାର୍ସାଲ ।

1J$ K

କନକ ବ୍ୟୁରୋ: ଧାରା ୩୭୦କୁ ନେଇ ଜମ୍ମୁକାଶ୍ମୀର ବିଧାନସଭାରେ ହଙ୍ଗମା । ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ମାରପିଟ୍ । ସାମ୍ନାକୁ ଆସିଲା ବିଧାୟକ ଓ ନେତା ପରସ୍ପରଙ୍କୁ ମୁଥ ମାରୁଥିବାର ଭିଡ଼ିଓ । 

ବିଧାୟକ ଇଞ୍ଜିନିୟର ରସିଦ୍ ଏବଂ ବିଧାୟକ ଖୁର୍ସିଦ୍ ଅହମଦ ସେଖଙ୍କ ମଧ୍ୟରେ ଧାରା ୩୭୦ ଲେଖାଥିବା ଏକ ପୋଷ୍ଟର ଦେଖାଇବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଯାହାକୁ ବିଜେପି ବିଧାୟକମାନେ ବିରୋଧ କରିବାରୁ ମାରପିଟ୍ ଯାଏଁ କଥା ଯାଇଛି। ବୁଧବାର ଧାରା ୩୭୦ ପୁନଃସ୍ଥାପନ କରିବା ନେଇ ଶାସକ ଦଳ ଏନସି ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ବିଜେପି ବିଧାୟକମାନେ ଆଗ୍ରାହ୍ୟ କରିଥିଲେ। ଏହାକୁ ଦେଶ ବିରୋଧୀ ଓ ପାକିସ୍ତାନୀ ଏଜେଣ୍ଡା ବୋଲି କହିଥିଲେ ବିଜେପି ବିଧାୟକମାନେ। ଆଜି ବିରୋଧ କରିଥିଲେ ବିଧାୟକ ଇଞ୍ଜିନିୟର ରସିଦ୍ ଏବଂ  ଖୁର୍ସିଦ୍ ଅହମଦ ସେଖ ଧାରା ୩୭୦ ଲେଖାଥିବା ପୋଷ୍ଟର ଦେଖାଇବାକୁ ବିରୋଧ କରିଥିଲା ବିଜେପି। ଯାହାକୁ ନେଇ ବିଜେପି ଓ ଶାସକ ବିଧାୟକଙ୍କ ମଧ୍ୟରେ ମାରପିଟ୍ ହୋଇଛି। ବାଚସ୍ପତି ବିଧାୟକ ଖୁର୍ସିଦ୍ ଅହମଦ ସେଖଙ୍କୁ ପକ୍ଷ ନେଉଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe