ଅଶାନ୍ତ ହେଲାଣି ସମୁଦ୍ର; ପେଟପାଟଣା ନେଇ ଚିନ୍ତାରେ ମତ୍ସ୍ୟଜୀବୀ, ଏପଟେ ସୃଷ୍ଟି ହୋଇଛି ଅବପାତ

ଅସ୍ତରଙ୍ଗ ହେଉ କି ପୁରୀ ଅବା ଗୋପାଳପୁର ସବୁଠି ଅଶାନ୍ତ ହେଲାଣି ସମୁଦ୍ର । ଏବେଠାରୁ ସମୁଦ୍ରରେ ଉଠିଲାଣି ୭ରୁ ୮୯ ଫୁଟ ଲହରୀ । ତେଣୁ ବାତ୍ୟା ଚେତାନାବନୀ ପାଇବା ପରେ ସମୁଦ୍ରରୁ ଫେରିଆସିବା ପରେ ନିଜ ପେଟପାଟଣାକୁ ନେଇ ଚିନ୍ତାରେ ମତ୍ସ୍ୟଜୀବୀ ।

20sea

କନକ ବ୍ୟୁରୋ: ଅସ୍ତରଙ୍ଗ ହେଉ କି ପୁରୀ ଅବା ଗୋପାଳପୁର ସବୁଠି ଅଶାନ୍ତ ହେଲାଣି ସମୁଦ୍ର । ଏବେଠାରୁ ସମୁଦ୍ରରେ ଉଠିଲାଣି ୭ରୁ ୮୯ ଫୁଟ ଲହରୀ । ତେଣୁ ବାତ୍ୟା ଚେତାନାବନୀ ପାଇବା ପରେ ସମୁଦ୍ରରୁ ଫେରିଆସିବା ପରେ ନିଜ ପେଟପାଟଣାକୁ ନେଇ ଚିନ୍ତାରେ ମତ୍ସ୍ୟଜୀବୀ ।

ଅବପାତରେ ପରିଣତ ହେଲା ଲଘୁଚାପ । ଭାରତୀୟ ପାଣିପାଗ ବିଭାଗର ସୂଚନା, ପାରାଦୀପ ଠାରୁ ୭୩୦ କିମି ଦୂର ବଙ୍ଗୋପସାଗରରେ ହୋଇଛି କେନ୍ଦ୍ରିଭୂତ । ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଧିରେଧିରେ ଏହା ସ୍ଥଳଭାଗ ମୁହାଁ ହୋଇ ଭୀଷଣ ବାତ୍ୟା ରୂପ ନେଇ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ବାତ୍ୟା ଲାଣ୍ଡଫଲ କରିବ । ପୁରୀ ଓ ସଗର ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହିସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ । ଅତି ବେଶୀରେ ୧୨୦ କିମି ବେଗରେ ବହିପାରେ ପବନ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe