୧୯ ବର୍ଷରୁ କମ ପୁରୁଷ ବିଶ୍ବକପ୍: ଭାରତ-ବାଂଲାଦେଶ ମୁକାବିଲା ଉପରେ ସମସ୍ତଙ୍କ ନଜର

Advertisment

ଆଇପିଏଲରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବାଦ ଦିଆଯିବା ପରେ ଦୁଇ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପୁଣି ଆସନ୍ତା ଅଗଷ୍ଟ ମାସରେ ବାଂଲାଦେଶ ଗସ୍ତ କରିବାକୁ ବିସିସିଆଇ ମନା କରିଦେଇଛି । ଏହା ପରେ ବାଂଲାଦେଶ ସରକାରଙ୍କ ପରାମର୍ଶରେ ବାଂଲାଦେଶ  ଦଳ ଆଗାମୀ ଟ୍ବେଣ୍ଟି-୧୦ ବିଶ୍ବକପ୍ ପାଇଁ ଭାରତ ଆସିବାକୁ ମନା କରିଦେଇଛି

ଆଇପିଏଲରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବାଦ ଦିଆଯିବା ପରେ ଦୁଇ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପୁଣି ଆସନ୍ତା ଅଗଷ୍ଟ ମାସରେ ବାଂଲାଦେଶ ଗସ୍ତ କରିବାକୁ ବିସିସିଆଇ ମନା କରିଦେଇଛି । ଏହା ପରେ ବାଂଲାଦେଶ ସରକାରଙ୍କ ପରାମର୍ଶରେ ବାଂଲାଦେଶ  ଦଳ ଆଗାମୀ ଟ୍ବେଣ୍ଟି-୧୦ ବିଶ୍ବକପ୍ ପାଇଁ ଭାରତ ଆସିବାକୁ ମନା କରିଦେଇଛି

IND vs BAN

କନକ ବ୍ୟୁରୋ: ବୁଲାବାୟୋର କ୍ବିନ୍ସ ସ୍ପୋର୍ଟ୍ସ କ୍ଲବଠାରେ ଆଜି(ଶନିବାର) ୧୯ ବର୍ଷରୁ କମ ପୁରୁଷ ବିଶ୍ବକପ୍ କ୍ରିକେଟରେ ଆଜି ଭାରତ ବାଂଲାଦେଶକୁ ଭେଟିବ । ଏହି ମ୍ୟାଚଟି ଭାରତୀୟ ସମୟ ଅପରାହ୍ଣ ୧ଟାରେ ଆରମ୍ଭ ହେବ । କ୍ରିକେଟକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ବିବାଦ ଚାଲିଥିବାବେଳେ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । 

ଆଇପିଏଲରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବାଦ ଦିଆଯିବା ପରେ ଦୁଇ ଦେଶର କ୍ରିକେଟ୍ ବୋର୍ଡ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପୁଣି ଆସନ୍ତା ଅଗଷ୍ଟ ମାସରେ ବାଂଲାଦେଶ ଗସ୍ତ କରିବାକୁ ବିସିସିଆଇ ମନା କରିଦେଇଛି । ଏହା ପରେ ବାଂଲାଦେଶ ସରକାରଙ୍କ ପରାମର୍ଶରେ ବାଂଲାଦେଶ  ଦଳ ଆଗାମୀ ଟ୍ବେଣ୍ଟି-୧୦ ବିଶ୍ବକପ୍ ପାଇଁ ଭାରତ ଆସିବାକୁ ମନା କରିଦେଇଛି । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବାରମ୍ବାର ବୁଝାଇବାକୁ ଉଦ୍ୟମ କରୁଥିଲେ ବି ବାଂଲାଦେଶ କ୍ରିକେଟ୍ ବୋର୍ଡ ନିଜ ଜିଦରେ ଅଡ଼ିବସିଛି । ମ୍ୟାଚ ସ୍ଥାନାନ୍ତର ସମ୍ଭବ ନୁହେଁ ବୋଲି ଆଇସିସି କହିବା ସତ୍ତ୍ବେ ବି ବିସିବି ଅଟଳ ରହିଛି । ଏହି ଘଟଣା ପରେ ଭାରତ ଓ ବାଂଲାଦେଶ ମଧ୍ୟରେ କ୍ରିକେଟ ସମ୍ପର୍କ ତିକ୍ତ ହୋଇଯାଇଛି ।

ଏହା ବି ପଢ଼ନ୍ତୁ: ୧୯ ବର୍ଷରୁ କମ ଟ୍ୱେଣ୍ଟି-୨୦ ବିଶ୍ୱକପ : ନିଜେ ନିଜକୁ ରନ ଆଉଟ କଲେ ପାକ୍ ବ୍ୟାଟର୍

ଏହି ବିବାଦ ମଧ୍ୟରେ ଆଜିର ୧୯ ବର୍ଷରୁ କମ ଭାରତ-ବାଂଲାଦେଶ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ଗତ ୨୦୨୦ ମସିହାରେ ବାଂଲାଦେଶ  ଦଳ ଭାରତକୁ ହରାଇ ୧୯ ବର୍ଷରୁ କମ ପୁରୁଷ ବିଶ୍ବକପ୍ ଜିତିଥିଲା । ସେହି ମ୍ୟାଚରେ ଉଭୟ ଦଳ ପରସ୍ପରକୁ ସ୍ଲେଜିଂ କରିବା ପରେ ଉତ୍ତେଜନା ବଢିଥିଲା । ସେହିପରି ୨୦୨୪ ରେ ଅନୁଷ୍ଠିତ ୧୯ ବର୍ଷରୁ କମ ଏସିଆ କପରେ ବି ସମାନ ଉତ୍ତେଜନା ଦେଖାଦେଇଥିଲା । ସେବେଠାରୁ ଦୁଇଦଳର ମ୍ୟାଚରେ ବାରମ୍ବାର ଉତ୍ତେଜନା ଦେଖାଦେଉଛି । ଏପରି ସ୍ଥିତିରେ ଆଜିର ମ୍ୟାଚରେ ବି ଉତ୍ତେଜନା ଚରମରେ ରହିବା ଆଶଙ୍କା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe