ନିଟ୍‌ ପରୀକ୍ଷା ପାଇଁ ବ୍ୟାପକ ସୁରକ୍ଷା : ପରୀକ୍ଷା ଦେଉଛନ୍ତି ୨୩ ଲକ୍ଷରୁ ଛାତ୍ରଛାତ୍ରୀ

ନିଟ୍ ପରୀକ୍ଷା ପାଇଁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା। ଭୁବନେଶ୍ବରରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ବଢିଲା ସୁରକ୍ଷା ।

ନିଟ୍ ପରୀକ୍ଷା ପ୍ରସ୍ତୁତି

ନିଟ୍ ପରୀକ୍ଷା ପ୍ରସ୍ତୁତି Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାସନାଲ୍ ଟେଷ୍ଟିଙ୍ଗ ଏଜେନ୍ସି ବା ଏନଟିଏ ଦ୍ବାରା ପରିଚାଳିତ ନିଟ୍ ୟୁଜି ୨୦୨୫ ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି । ଅପରାହ୍ଣ ୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ୩ ଘଣ୍ଟା ଧରି ପରୀକ୍ଷା ହେବ । ବିଦେଶର ୧୩ଟି ସହର ସମେତ ମୋଟ ୫୫୨ଟି ସହରରେ ୫୪୫୩ଟି ପରୀକ୍ଷା କେନ୍ଦ୍ର ହୋଇଛି । ଦେଶରେ ୨୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଥିବାବେଳେ ଓଡ଼ିଶାରୁ ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ ରହିଛନ୍ତି । ଓଡ଼ିଶାର ୨୭ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ହୋଇଛି । ୧୬୫ ଟେଲିଗ୍ରାମ ଚ୍ୟାନେଲ ଓ ୩୨ ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ଲକ କଲା ଇଣ୍ଡିଆନ ସାଇବର କ୍ରାଇମ କୋର୍ଡିନେସନ ସେଣ୍ଟର । 

 ଶନିବାର ଭୁବନେଶ୍ୱରରୁ  ବିଭିନ୍ନ ମେଡିକାଲ କଲେଜରେ ନିଟ୍  ସିଟ୍ ଦେବା ପାଇଁ ଟଙ୍କା ନେଇ ଗିରଫ ହେବା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପରୀକ୍ଷାର୍ଥୀ କୌଣସି ମଧ୍ୟସ୍ଥି କିମ୍ବା ପରୀକ୍ଷାରେ ପାସ୍ କରିଦେବାକୁ କହି ଠକାମୀରେ ପରୀକ୍ଷାର୍ଥୀ ନପଡ଼ିବ ପାଇଁ ପରାମର୍ଶ ଦେଇଛି  ଏନଟିଏ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe