ହାଇସ୍କୁଲ ଶିକ୍ଷକଙ୍କୁ ଘର ପାଇଁ ମିଳିବ ଟଙ୍କା ; ଦାଖଲ କରିବାକୁ ପଡିବ ଘର ପ୍ଲାନିଙ୍ଗ ଦସ୍ତାବିଜ୍

ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ଗୃହ ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା । ଜମି କିଣା, ପୁରୁଣା ଜମିରେ କୋଠା ନିର୍ମାଣ ଏବଂ କୋଠା କିଣିବା ପାଇଁ ଅର୍ଥ ଦେବେ ସରକାର । ତଥ୍ୟ ପ୍ରଦାନ କରିବାକୁ ଡିଇଓଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠି । 

31HS

କନକ ବ୍ୟୁରୋ: ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ଗୃହ ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା । ନୂଆ ଜମି କିଣିବା ଲାଗି ମଧ୍ୟ ଅଗ୍ରୀମ ଟଙ୍କା ପ୍ରଦାନ କରାଯିବ । ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା କିଣିବା ଲାଗି ଅଗ୍ରୀମ ଅର୍ଥ ଦେବେ ସରକାର  । ଏସବୁ ପାଇଁ ଆବେଦନକାରୀମାନେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ନୂଆ ଜମି କ୍ରୟ ପାଇଁ ଆବେଦନ କରିଥିବା ଆବେଦନ‌କାରୀମାନେ ଜମିର ତଥ୍ୟ ପ୍ରଦାନ କରିବା ସହିତ ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କର ଏଗ୍ରିମେଣ୍ଟକୁ ମଧ୍ୟ ଦାଖଲ କରିବେ । 

ସେହିପରି ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ପାଇଁ କୋଠାବାଡ଼ି ନିର୍ମାଣ ବିଭାଗ, ବିଡିଏ କିମ୍ବା ହାଉସିଂ ବୋର୍ଡର କାର୍ଯ୍ୟକାରୀ ଯନ୍ତ୍ରୀଙ୍କ ଦ୍ଵାରା ଆକଳନ ତଥ୍ୟ ଦାଖଲ କରିବେ, ଏଥିସହ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ହାଉସ ପ୍ଲାନ୍ ଦାଖଲ କରିବାକୁ ହେବ ।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe