ନ୍ୟୁଜ୍ ରାଜ୍ୟ ରାଜଧାନୀରୁ ହାଇ ପ୍ରୋଫାଇଲ ମହିଳା ଗିରଫ ; ବ୍ୟବସାୟୀ, ବିଲଡରଙ୍କୁ ଡରାଇ ଧମକାଇ ଆଦାୟ କରୁଥିଲେ ବଟି ଠକେଇ ମାମଲରେ ହାଇପ୍ରୋଫାଇଲ ମହିଳାକୁ ବାନ୍ଧିଲା କମିଶନରେଟ ପୋଲିସ । ବଡବଡିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଧମକ ଦେଉଥିଲେ ଏବଂ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ। ଏବେ ଏହି ମହିଳାଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ଇନଫୋସିଟି ଥାନା ପୋଲିସ । 30 Dec 2024 14:44 IST Anupama Rout Follow Us କନକ ବ୍ୟୁରୋ: ଠକେଇ ମାମଲରେ ହାଇପ୍ରୋଫାଇଲ ମହିଳାକୁ ବାନ୍ଧିଲା କମିଶନରେଟ ପୋଲିସ । ବଡବଡିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଧମକ ଦେଉଥିଲେ ଏବଂ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ। ଏବେ ଏହି ମହିଳାଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ଇନଫୋସିଟି ଥାନା ପୋଲିସ । ଗିରଫ ମହିଳା ହେଉଛନ୍ତି ହଂସିତା ଅଭିଲିପ୍ସା । ମହିଳାଙ୍କ ସହ ସମ୍ପୃକ୍ତ ଥିବା ଅନ୍ୟ ଜଣେ ବ୍ୟକ୍ତି ଅନିଲ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସିଜର ଲିଷ୍ଟରେ ଅନିଲଙ୍କୁ ତାଙ୍କ ସ୍ୱାମୀ ବୋଲି ଦର୍ଶାଇଛି ପୁଲିସ । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଇନଫୋସିଟି ପୁଲିସ।