କନକ ବ୍ୟୁରୋ : ବିଧାନସଭାରେ ଉଠିଲା ମମିତା ମେହେର ହତ୍ୟା ପ୍ରସଙ୍ଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି, ମମିତା ମେହେର ହତ୍ୟା ପ୍ରସଙ୍ଗ ଓ ଜେଲ ମଧ୍ୟରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଏହି ମାମଲାର ତଦନ୍ତଭାର ସରକାର ସିବିଆଇକୁ ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ । ଏଥିସହ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା, ନବ ଦାସ ହତ୍ୟା ମାମଲା ଏବେବି ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ବୋଲି କହିଛନ୍ତି ଜୟନାରାୟଣ ।
ଶୂନ୍ୟକାଳରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପଚାରିଥିବା ପ୍ରଶ୍ନର ଜବାବ ରଖିଛି ବିଜେଡି। ବିଧାୟକ ପ୍ରତାପ ଦେବ କହିଛନ୍ତି, ପୋଲିସ ତାଙ୍କ ହାତରେ, ଆଇନ ତାଙ୍କ ହାତରେ । କିନ୍ତୁ ସେ କାହାକୁ ପ୍ରଶ୍ନ ପଚାରୁଛନ୍ତି ବୋଲି କହି ସମାଲୋଚନା କରିଛନ୍ତି । ସରକାର ନିଷ୍ପତ୍ତି ନେବାରେ ବିଫଳ ବୋଲି ଅଭିଯୋଗ କରିଛନ୍ତି ପ୍ରତାପ ଦେବ ।