କନକ ବ୍ୟୁରୋ: ଏନସିପି ନେତା ବାବା ସିଦ୍ଦିକିଙ୍କ ପରେ କାହା ପାଳି? ଆଉ କେଉଁ କେଉଁ ଚେହେରାଙ୍କୁ ଟାର୍ଗେଟ କରିଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ? ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଏନଆଇଏ ଆଧାରରେ ଆହୁରି ୨୦ରୁ ଅଧିକ ହାଇପ୍ରୋଫାଇଲ ଚେହେରା ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ରହିଛନ୍ତି। ଅଭିନେତା, ନେତାଙ୍କ ଠାରୁ ଆରମ୍ଭ କରି ଗ୍ୟାଙ୍ଗଷ୍ଟର ମାନେ ମଧ୍ୟ ଏହି ଲିଷ୍ଟରେ ରହିଛନ୍ତି...

Advertisment

ସଲମାନ ଖାନ

  • ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହିଟ୍ ଲିଷ୍ଟରେ ପ୍ରଥମେ ଅଭିନେତା ସଲମାନ
  • ସଲମାନ ଖାନଙ୍କୁ ହତ୍ୟା କରିବା ଲକ୍ଷ୍ୟ ବୋଲି ପୂର୍ବରୁ କହିଆସିଛି ଲରେନ୍ସ ବିଷ୍ଣୋଇ
  • ଗତ କିଛି ବର୍ଷରେ ସଲମାନ ଖାନଙ୍କୁ ମିଳିଛି ଅନେକ ଧମକ
  • ଗତ ବର୍ଷ ସଲମାନଙ୍କ ଆପାର୍ଟମେଣ୍ଟ ବାହାରେ ହୋଇଥିଲା ଫାୟାରିଂ
  • ସିଦ୍ଦିକିଙ୍କ ହତ୍ୟା ପରେ ବଢିଛି ବଲିଉଡ଼ ଭାଇଜାନଙ୍କ ସୁରକ୍ଷା 

ଜିଶାନ୍ ସିଦ୍ଦିକି

  • ବାବା ସିଦ୍ଦିକିଙ୍କ ପରେ ଏବେ ଟାର୍ଗେଟରେ ପୁଅ ଜିଶାନ ସିଦ୍ଦିକି
  • ଏକା ସାଙ୍ଗରେ ବାପା ପୁଅଙ୍କୁ ହତ୍ୟା କରିବାକୁ ହୋଇଥିଲା ଯୋଜନା
  • ସଲମାନ ଖାନଙ୍କ ସହ ନିବିଡ଼ିତା ପାଇଁ ଟାର୍ଗେଟରେ ବାପ-ପୁଅ

ମୁନାୱାର ଫାରୁକି

  • ଲରେନ୍ସ ବିଷ୍ଣୋଇଙ୍କ ହିଟ୍ ଲିଷ୍ଟରେ ହାସ୍ୟ ଅଭିନେତା ମୁନାୱାର ଫାରୁକି
  • ପୂର୍ବରୁ ମୁନାୱାରଙ୍କୁ ହତ୍ୟା ପାଇଁ ବାରମ୍ବାର ଯୋଜନା କରିଛି ବିଷ୍ଣୋଇ ଗ୍ୟାଙ୍ଗ୍
  • ଦିଲ୍ଲୀର ଏକ ବିବାହ ଉତ୍ସବରେ ହତ୍ୟା ପାଇଁ ହୋଇଥିଲା ଯୋଜନା
  • ବିଷ୍ଣୋଇ ଗ୍ୟାଙ୍ଗକୁ ଚକମା ଦେଇ ଫାରୁକିଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା ଗୁଇନ୍ଦା ସଂସ୍ଥା

ଶଗୁନପ୍ରୀତ ସିଂ

  • ବିଷ୍ଣୋଇ ଗ୍ୟାଙ୍ଗ୍ ଟାଗେର୍ଟରେ ସିଦ୍ଧୁ ମୁସେୱାଲାଙ୍କ ପୂର୍ବତନ ମ୍ୟାନେଜର
  • ଶଗୁନପ୍ରୀତ ସିଂଙ୍କୁ ହିଟ୍ ଲିଷ୍ଟରେ ସ୍ଥାନ ଦେଇଛି ବିଷ୍ଣୋଇ ଗ୍ୟାଙ୍ଗ୍
  • ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା କରିଥିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କୌଶଲ ଚୌଧୁରୀ

  • ଗ୍ୟାଙ୍ଗଷ୍ଟର କୌଶଲ ଚୌଧୁରୀ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ
  • କୌଶଲଙ୍କ ସହ ସହଯୋଗୀ ଅମିତ ଡଗର ମଧ୍ୟ ଲିଷ୍ଟରେ ରହିଛନ୍ତି
  • ଏହି ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା ପାଇଁ ଯୋଜନା କରୁଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ 

ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ବି ଟାଉନଠୁ ନେଇ ବଡ଼ ବଡ଼ ନେତା ମନ୍ତ୍ରୀ ଓ ଗ୍ୟାଙ୍ଗଷ୍ଟରଙ୍କ ମନରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ଛନକା ପଶିଛି। ଜେଲର ଚାରିକାନ୍ଥ ଭିତରେ ଥାଇ ମଧ୍ୟ ଅପରାଧ ଘଟାଉଛି ଲରେନ୍ସ ବିଷ୍ଣୋଇ। ଆଗକୁ ଏହାକୁ ମାତ ଦେବାରେ ମୁମ୍ବାଇ ପୁଲିସ କେତେ ସକ୍ଷମ ହେଉଛି ଦେଖିବାକୁ ବାକି।