କନକ ବ୍ୟୁରୋ: ଗୁଜରାଟରେ କଂଗ୍ରେସ ତୁଙ୍ଗନେତାଙ୍କ ମେଳି । ବିହାର,ଗୁଜରାଟ ସମେତ ୬ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଆଜି ଅହମଦାବାଦରେ ଦୁଇଟି ବଡ ବୈଠକର ଆୟୋଜନ କରିଛି । ସିଡବ୍ଲ୍ୟସି ମିଟିଂ ସହ ଆରମ୍ଭ ହେବ କଂଗ୍ରେସ ୮୪ତମ ଅଧିବେଶନ । ୬୪ବର୍ଷ ପରେ ଗୁଜରାଟରେ କଂଗ୍ରେସ ଏହି ବୈଠକରେ ଆୟୋଜନ କରିଛି । ଦଳକୁ ସାଂଗଠନିକ ସ୍ତରରେ ଅଧିକ ମଜଭୁତ କରିବା ଆଜିର ବୈଠକରେ ବଡ ରଣନୀତି ପ୍ରସ୍ତୁତ କରାଯିବା ସହ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । 

Advertisment

ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଦଳର ଶୀର୍ଷ ନେତୃବୃନ୍ଦ ବୈଠକରେ ସାମିଲ ହୋଇଛନ୍ତି । ସୂଚନା ଅନୁସାରେ,  ଆଜିର ବୈଠକରେ ମୋଟ ୧୬୯ଜଣ ନେତା ଯୋଗ ଦେଇଛନ୍ତି । ଜାତିଭିତ୍ତିକ ଜନଗଣନା, ୱାକଫ ସଂଶୋଧନ ଆଇନ, ଇଣ୍ଡିଆ ମେଣ୍ଟର ଆଗାମୀ ରଣନୀତି,ଦେଶର ଆର୍ଥିକ ସ୍ଥିତି, ସମ୍ବିଧାନକୁ ବିଜେପି ଓ ଆରଏସଏସ ଦୁର୍ବଳ କରୁଥିବା ଅଭିଯୋଗ, ନିର୍ବାଚନରେ ଭୋଟର ତାଲିକାରେ ଗଡବଡ ପରି ପ୍ରସଙ୍ଗରେ ଆଲୋଚନା କରାଯାଉଛି । ଏଥିସହ ଭାରତ ଉପରେ ଆମେରିକା ରେସିପ୍ରୋକାଲ ଟାରିଫ ବାପାଲଟା ଶୁଳ୍କକୁ ନେଇ ଚର୍ଚ୍ଚା କରାଯାଉଛି । ବୈଠକ ସରିବା ପରେ ତୁଙ୍ଗନେତା ସାବରମତୀ ଯାଇ ବାପୁଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇବେ । 

ଏପ୍ରିଲ ୯ରେ ସାବରତୀରେ ଏଆଇସିସି ବିଶାଳ ଅଧିବେଶନ ବସିବ । ଯେଉଁଥିରେ ସାରା ଦେଶରୁ ୨୫୦୦ ଶହ ନେତା ଯୋଗ ଦେବେ । ତେବେ ଚର୍ଚ୍ଚା ହେଉଛି ପ୍ରିୟଙ୍କା ଗାନ୍ଧୀଙ୍କୁ କାଲି ବଡ ଦାୟିତ୍ବ ଦିଆଯାପାରେ । ପୂର୍ବରୁ ଉତ୍ତରପ୍ରଦେଶ ଓ ହିମାଚଳ ପ୍ରଦେଶରେ ପ୍ରିୟଙ୍କା ସକ୍ରିୟ ଭୂମିକା ଦେଖିବାକୁ ମିଳିଥିଲା । ପରେ ୱାୟନାଡ ଉପନିର୍ବାଚନ ଜିତି ପ୍ରତ୍ୟକ୍ଷ ରାଜନୀତିରେ ଏଣ୍ଟ୍ରି କରିଥିଲେ ଆଉ ଏବେ ଆଗାମୀ ନିର୍ବାଚନ ପାଇଁ ଦଳ ପୁଣି ଗୁରୁଦାୟିତ୍ବ ଦେବାକୁ ଯାଉଛି ।