କନକ ବ୍ୟୁରୋ : କିଟ୍ ମାମଲାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କଲେ ରାଜ୍ୟ ସରକାର । କମିଟିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ବିଭାଗର ପ୍ରମୁଖ ସଚିବ ଓ ଉଚ୍ଚଶିକ୍ଷା ସଚିବ ସାମିଲ । ଘଟଣାର ନିରପେକ୍ଷ ତଦନ୍ତ କରିବ କମିଟି ।
କିଟ୍ କଲେଜ୍ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ନ୍ୟାୟ ଦାବି କଲେ ମୃତ ଛାତ୍ରୀଙ୍କ ବାପା । କହିଲେ ଓଡ଼ିଶା ପୋଲିସ ଓ ଏଠାକାର ନାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ଅଛି । ଝିଅ ମୃତ୍ୟୁ ପାଇଁ ତାଙ୍କୁ ନିଶ୍ଚିନ୍ତ ନ୍ୟାୟ ମିଳିବ ବୋଲି ମୃତ ଛାତ୍ରୀଙ୍କ ବାପା କହିଛନ୍ତି । ପ୍ରେମ, ପ୍ରତାରଣାକୁ ନେଇ କିଟ୍ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ପରେ ତାଙ୍କ ପୁରୁଷ ବନ୍ଧୁକୁ ଗିରଫ କରାଯାଇଛି ।
ସେପଟେ ମୃତ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଏମ୍ସରେ ରହିଛି । ଛାତ୍ରୀ ମୃତ୍ୟୁକୁ ନେଇ ଗତକାଲି କଲେଜ କ୍ୟାମ୍ପସରେ ବ୍ୟାପକ ଉତ୍ତେଜନା ଦେଖିବାକୁ ମିଳିଥିଲା । ନେପାଳୀ ଛାତ୍ରଛାତ୍ରୀମାନେ କଲେଜ କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ କଲେଜରେ ସାଇନ-ଏ-ଡାଏ ଘୋଷଣା କରାଯାଇଛି ।