କନକ ବ୍ୟୁରୋ: କଟ ଅତୀତରେ କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରଛାତ୍ରୀମାନଙ୍କ ପ୍ରତି ହୋଇଥିବା ଅଭାବନୀୟ ଘଟଣା ପାଇଁ କିଏ ଦାୟୀ? ଏନେଇ ଏବେବି ଚାଲିଛି ତନାଘନା । ଆଜି ପଚରାଉଚୁରା ପାଇଁ ଆଉ ୩ଜଣଙ୍କୁ ନୋଟିସ୍ ହୋଇଛି।
ସୂଚନା ଅନୁସାରେ, ଏହି ଘଟଣାର ବାସ୍ତବିକତାକୁ ପରଖି ଘଟଣାର ସତ୍ୟତାରେ ପହଞ୍ଚିବାକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ, ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଉଚ୍ଚଶିକ୍ଷା ବିଭାଗର ଆୟୁକ୍ତ-ତଥା-ଶାସନ ସଚିବଙ୍କୁ ସଦସ୍ୟ ଭାବରେ ନିଆଯାଇ ତା ଫେବ୍ରୁଆରୀ ୧୮ତାରିଖରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ହୋଇଛି। ଗତ ୧୮ ତାରିଖ ସନ୍ଧ୍ୟା ୭ଟାରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଏବଂ ସ୍ଵତନ୍ତ୍ର ଶାସନ ସଚିବ KIIT କ୍ୟାମ୍ପସର ହଷ୍ଟେଲ (ଉଭୟ ବାଳିକା ଏବଂ ବାଳକ) ପରିଦର୍ଶନ କରି ନେପାଳର ଛାତ୍ରଛାତ୍ରୀମାନଙ୍କୁ ଫେରିବା ପାଇଁ KIIT କର୍ତ୍ତୃପକ୍ଷଙ୍କ ଦ୍ବାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିଥିଲେ।
ପୂର୍ବରୁ KIIT ର ୮ଜଣ କର୍ତ୍ତୃପକ୍ଷ ତଥା KIITର ପ୍ରତିଷ୍ଠାତା, କୁଳପତି, ପ୍ରୋ-କୁଳପତି, କୁଳସଚିବ, ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ୨ ଆସୋସିଏଟ୍ ପ୍ରଫେସରଙ୍କୁ ପଚରାଉଚରା କରିବା ପାଇଁ ରାଜ୍ୟ ଅତିଥ୍ ଗୃହରେ ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସେମାନେ କମିଟି ନିକଟରେ ହଜାର ହୋଇଥିଲେ। KIIT କିଛି କର୍ମଚାରୀଙ୍କୁ ସେମାନଙ୍କର ଅସଦାଚରଣ ପାଇଁ ନିଲମ୍ବିତ କରିଛି। ପଚରାଉଚରା ପରେ ଅଭିଯୁକ୍ତ ଛାତ୍ରଙ୍କ ସମେତ ଛାତ୍ରଙ୍କ ପରିଚାଳନାରେ ସମ୍ପୃକ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/07/8XN87TVqk5Yz0DLeoQci.jpg)