କନକ ବ୍ୟୁରୋ : ହାଇ ହିଲ୍ ପିନ୍ଧିବା ଏକ ଫ୍ୟାସନ । ହେଲେ ଏହାର କୁ ପ୍ରଭାବ ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଉଚ୍ଚା ଥିବା ହିଲ୍ ପିନ୍ଧିବା ଦ୍ବାରା ଖାଲି ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇନଥାଏ ବରଂ ମସ୍ତିସ୍କ ଉପରେ ମଧ୍ୟ କୁ ପ୍ରଭାବ ପଡିପାରେ । ଏକ ନୂଆ ଅଧ୍ୟୟନରୁ ଖୁଲାସା ହୋଇଛି ଯେ ହାଇ ହିଲ୍ ପିନ୍ଧୁଥିବା ମହିଳାମାନଙ୍କ ଚାଲି ବହୁତ ଧୀର ହୋଇଯାଇଥାଏ । ସନ୍ତୁଳନ ଖରାପ ହେବା ସହ ଆଣ୍ଠୁ ଏବଂ ମେରୁଦଣ୍ଡ ଉପରେ ଅତିରିକ୍ତ ଚାପ ପଡିଥାଏ । ଅଧ୍ୟୟନରେ ଏହା ଖୁଲାସା ହୋଇଛି ଯେ ନିୟମିତ ହାଇ ହିଲ୍ ପିନ୍ଧିବା ଦ୍ବାରା ମହିଳାଙ୍କ ଠାରେ ଚିଡ୍ଚିଡା ସ୍ବଭାବ ଏବଂ ଅବସାଦ ବଢିପାରେ । ଅଧ୍ୟୟନ ଏହା ମଧ୍ୟ କହୁଛି ଯେ ହାଇ ହିଲ୍ ପିନ୍ଧୁଥିବା ଯୁବତୀଙ୍କ ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ପାଇଥାଏ । ଉଚ୍ଚା ହିଲ୍ ପିନ୍ଧିବା ଦ୍ବାରା ଯୁବତୀମାନେ ଅଧିକ ଆକର୍ଷଣୀୟ ଅନୁଭବ କରିଥାଆନ୍ତି । ହାଇ ହିଲ୍ ଲଗାତାର ପିନ୍ଧିବା ଦ୍ବାରା ଯଦି ଦରଜ ଲାଗୁଛି ତେବେ ଏହା ଚିନ୍ତା ଏବଂ ଅବସାଦ ବି ସୃଷ୍ଟି କରିପାରେ। ସବୁଠାରୁ ବଡ କଥା ହେଲା ହାଇ ହିଲ୍ ପିନ୍ଧିଲେ ଆମ ପାଦ ହିଲ୍ରେ ଠିକ୍ ଭାବେ ରହିନଥାଏ ଏବଂଯେଉଁଥିପାଇଁ ପାଦରେ ବହୁତ ଯନ୍ତ୍ରଣା ହୋଇଥାଏ । ଏପରି ପରିସ୍ଥିତିରେ ହାଡ଼ର ଆକୃତି ଖରାପ ହୋଇପାରେ ଏବଂ ଅନେକ ପ୍ରକାରର ସମସ୍ୟା ଦେଖାଦେଇପାରେ । ଯେପରି ପାଦ ବହୁତ ଖରାପ ଦେଖା ଯିବାକୁ ଲାଗିଥାଏ ।
ହାଇ ହିଲ୍ ପିନ୍ଧିବା ଦ୍ୱାରା ଆପଣଙ୍କ ପାଦରେ ବନିଅନ୍ ସୃଷ୍ଟି କରେ । ଭବିଷ୍ୟତରେ ଏହା ପାଦରେ ପୋଡିଆଟ୍ରି ସମସ୍ୟା ସୃଷ୍ଟି କରିପାରେ । ହାଇ ହିଲ୍ ପିନ୍ଧିବା ଦ୍ୱାରା ରିମାଟଏଡ୍ ଆର୍ଥ୍ରାଇଟିସ୍ ସୃଷ୍ଟି ମଧ୍ୟ ହୋଇପାରେ । ଏହା ବ୍ୟତୀତ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ମଧ୍ୟ ହୋଇପାରେ । ସଠିକ୍ ହିଲ୍ ବାଛନ୍ତୁ ଯାହା ଚଉଡା ହେବା ସହ ଉଚ୍ଚା କମ୍ ଥିବ ଯାହା ବାଲାନ୍ସ କରି ରଖିବ । ଯଦି ହିଲ୍ ପିନ୍ଧୁଛନ୍ତି ତେବେ ଲମ୍ବା ସମୟ ପର୍ଯ୍ୟନ୍ତ ପିନ୍ଧି ରଖନ୍ତୁ ନାହିଁ । ଏହାକୁ ଦିନ ସାରା ନପିନ୍ଧି କେବଳ ବିଶେଷ ଉତ୍ସବରେ ପିନ୍ଧନ୍ତୁ । ଫୁଟ୍ ଏକ୍ସରସାଇଜ୍ ନିଶ୍ଚିତ କରନ୍ତୁ । ମାଇଣ୍ଡ୍ଫୁଲ୍ନେସ୍ ଏବଂ ଡି-ଷ୍ଟ୍ରେସିଙ୍ଗ ଏକ୍ସରସାଇଜ୍ କରି ମସ୍ତିସ୍କକୁ ରିଲାକ୍ସ କରନ୍ତୁ । ଆପଣ ଆରାମଦାୟକ ଚପଲ ଏବଂ ଜୋତା ପିନ୍ଧିବାକୁ ମଧ୍ୟ ଚେଷ୍ଟା କରିବା ଉଚିତ ଯାହା ଆପଣଙ୍କ ପାଦ ପାଇଁ ଲାଭଦାୟକ ହୋଇପାରିବ ।