କନକ ବ୍ୟୁରୋ: ଉତ୍ତର ଓଡ଼ିଶାକୁ ଆସୁଛି ବଡ଼ ବନ୍ୟା । ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଜଳ ସମ୍ପଦ ବିଭାର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ ସୁବର୍ଣ୍ଣରେଖାର ରାଜଘାଟରେ ଜଳସ୍ତର ବଢୁଛି । ଏଠାରେ ବିପଦ ସଙ୍କେତ ୧୦ ଦଶମିକ ୩୬ ଥିବା ବେଳେ ସକାଳ ୯ଟା ସୁଦ୍ଧା ଜଳସ୍ତର ରହିଛି ୧୧ ଦଶମିକ ୫୨ । ଦିନ ୧୨ଟା ବେଳକୁ ଜଳସ୍ତର ୧୧ ଦଶମିକ ୭ରେ ପହଞ୍ଚିପାରେ ।
ଏହା ପରେ ଧୀରେ ଧୀରେ ଜଳସ୍ତର କମିବ । ସେହିପରି ବୁଢାବଳଙ୍ଗ ଏନ୍ଏଚ୍-୫ରେ ବିପଦ ସଙ୍କେତ ୮ ଦଶମିକ ୧୩ ଥିବା ବେଳେ ଏବେ ଜଳସ୍ତର ୭ ଦଶମିକ ୨୦ ରହିଛି । ସେହିପରି ଜଳକା ମଥାନୀଠାରେ ବିପଦ ସଙ୍କେତ ୬ ଦଶମିକ ୫୦ ଥିବା ବେଳେ ଏବେ ୬ ଦଶମିକ ୮୪ ମିଟର ଜଳସ୍ତର ରହିଛି । ଏସବୁ ସ୍ଥାନରେ ଜଳସ୍ତର ଧୀରେ ଧୀରେ କମୁଥିବା ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି । ୨୪ ଘଣ୍ଟା ବହୁତ ଗୁରୁତ୍ବପୂର୍ଣ୍ଣ । ପରେ ବର୍ଷା ଉପରେ ଜଳସ୍ତର ନିର୍ଭର କରିବ ବୋଲି ସେ ସୂଚନା ଦେଇଛନ୍ତି । ଏପଟେ ବାଲେଶ୍ବର ତଳିଆ ଅଞ୍ଚଳରେ ପଶିଲା ପାଣି । ବସ୍ତା, ଜଳେଶ୍ବରରେ ଅନେକ ଗାଁ ଜଳମଗ୍ନ। ଘର, ବାହାରେ ସବୁଆଡ଼େ ପାଣି। ସେପଟେ ମୟୁରଭଞ୍ଜ କପ୍ତିପଦାରେ ବନ୍ୟା ସ୍ଥିତି ଉପୁଜିଛି ।