କନକ ବ୍ୟୁରୋ: ଏକତରଫା ପ୍ରେମରୁ ହାଇଡ୍ରାମା। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ ସମ୍ମୁଖରେ ଦେଖିବାକୁ ମିଳିଥିଲା ଏଭଳି ଚିତ୍ର। ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ଓ ଯୁବତୀଙ୍କ ପାଟି ଶୁଣି ତାଜୁବ ହୋଇଯାଇଥିଲେ ଦେଖଣାହାରି । ଯଦି ତୁ ମୋର ହେବୁନାହିଁ, ତେବେ କାହାର ମୁଁ କରାଇ ଦେବିନାହିଁ ବୋଲି କହୁଥିଲେ ଯୁବକ ଜଣଙ୍କ । ପ୍ରାୟ ୩୦ ମିନିଟ ଧରି ଚାଲିଥିଲା ଏଭଳି ହାଇଡ୍ରାମା । ପ୍ରାୟ ୩୦ ମିନିଟ ଧରି ଚାଲିଥିଲା ଏଭଳି ହାଇଡ୍ରାମା। ତେବେ ୱାନ ସାଇଡ ଲଭ ଷ୍ଟୋରୀ ଏତିକିରେ ଥମିନଥିଲା। ହସ୍ପିଟାଲରେ କାମ କରୁଥିବା ଜଣେ ଯୁବତୀ ପାଟି ଶୁଣି ବାହାରକୁ ଆସିବା ସହ ଯୁବକ ଜଣଙ୍କୁ ପିଟି ଚାଲିଥିଲେ । ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିଲେ। ଦେଖେଣାହାରି ଭାବୁଥିଲେ,  କିଛି ଫିଲ୍ମ ସୁଟିଂ ହେଉଛି। କଥା କିନ୍ତୁ ଆପୋଷ ବୁଝାମଣାରେ ଥମିନଥିଲା। ଖବର ପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚି ଦୁଇପକ୍ଷକୁ ବୁଝାସୁଝା କରି ଥାନାକୁ ଆଣିଥିଲା। ଥାନାରେ ଉଭୟ ଅଣ୍ଡରଟେକିଂ ଲେଖିଥିଲେ । ଲେଖାପଢ଼ା ପରେ ପୋଲିସ ସଭିଙ୍କୁ ଛାଡିଥିଲା।

Advertisment