କନକ ବ୍ୟୁରୋ : ଏସିଆ କପ୍ ଫାଇନାଲ ପରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହାଇଡ୍ରାମା । ଏସିସି ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ହାତରୁ ଟ୍ରଫି ନେବାକୁ ଭାରତର ପ୍ରତ୍ୟାଖାନ । ଯାହାକୁ ନେଇ ମ୍ୟାଚ୍ ପରବର୍ତ୍ତୀ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ପୋଡିୟମ୍ ଉପରେ ପାକିସ୍ତାନ ଗୃହମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବା ସହ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି । ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା । ଯାହା ପରେ ଟ୍ରଫି ପ୍ରଦାନ ଉତ୍ସବ ଦେଢ଼ଘଣ୍ଟାରୁ ଅଧିକ ବିଳମ୍ବରେ ଆରମ୍ଭ ହୋଇଥିଲା । ଟିମ୍ ଇଣ୍ଡିଆର ଖେଳାଳିମାନେ ପୋଡିୟମ୍ ନିକଟରେ ବସିଥିଲେ ମଧ୍ୟ ଟ୍ରଫି ନେବାକୁ ଯାଇନଥିଲେ । ଯେଉଁଥି ପାଇଁ ଏସୀୟ କ୍ରିକେଟ୍ ପରିଷଦ ତଥା ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ୍ ନକଭି, ୟୁଏଇ ରାଜପରିବାରର ସଦସ୍ୟ ବହୁତ ସମୟ ପାଇଁ ପୋଡିୟମରେ ଠିଆ ହୋଇଥିଲେ । ଶେଷରେ ଟିମ୍ ଇଣ୍ଡିଆ ପାକିସ୍ତାନ ଗୃହମନ୍ତ୍ରୀଙ୍କ ଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ ଆରବ ଏମିରେଟ୍ସ କ୍ରିକେଟ୍ ବୋର୍ଡ ଉପାଧ୍ୟକ୍ଷ ଖାଲିଦ ଅଲ୍ ଜାହୁରି ଟିମ୍ ଇଣ୍ଡିଆକୁ ଏସିଆ କପ୍ ଟ୍ରଫି ପ୍ରଦାନ କରିପାରନ୍ତି ।
ଦୁବାଇ ଷ୍ଟାଡିୟମରେ ହାଇଡ୍ରାମା : ପୋଡିୟମ୍ ଉପରେ ହଟହଟା ହେଲେ ମୋହସିନ୍ ନକଭି
ଏସିସି ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ହାତରୁ ଟ୍ରଫି ନେବାକୁ ଭାରତର ପ୍ରତ୍ୟାଖାନ। ଯାହାକୁ ନେଇ ମ୍ୟାଚ୍ ପରବର୍ତ୍ତୀ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ପୋଡ଼ିୟମ ଉପରେ ପାକିସ୍ତାନ ଗୃହମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବା ସହ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି ।
/kanak/media/media_files/2025/09/29/mohsin-naqvi-runs-ai-2025-09-29-07-15-38.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)