କନକ ବ୍ୟୁରୋ: ଭସାଣି ସମୟରେ ବାଜିବନି ଡିଜେ । ଟ୍ବିନ୍ ସିଟି ପାଇଁ କଟକଣା ଲଗାଇଲା କମିସନରେଟ୍ ପୁଲିସ । ହେଲେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେଧଡ଼କ ବାଜୁଛି ଡିଜେ । ଗଣେଶପୂଜା ଭସାଣିରେ ବାଜିଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ । ଡିଜେର ତାଳେତାଳେ ନାଚିବା ସମୟରେ ଟଲିପଡ଼ିଲେ ଯୁବକ । ମୃତ ଯୁବକ ଜଣକ ହେଉଛନ୍ତି ୩୦ ବର୍ଷୀୟ ସୁରେଶ ଖରା । ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ରୟତକଲୋନି ଅଞ୍ଚଳରେ ଗଣେଶ ପୂଜା ଭସାଣିରେ ସମୟରେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି । ଏହି ଘଟଣା ପରେ ପରିବାର ଲୋକେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ତଦନ୍ତ କରୁଛି ଟାଉନ ଥାନା ପୁଲିସ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us