କନକ ବ୍ୟୁରୋ: ଭସାଣି ସମୟରେ ବାଜିବନି ଡିଜେ । ଟ୍ବିନ୍ ସିଟି ପାଇଁ କଟକଣା ଲଗାଇଲା କମିସନରେଟ୍ ପୁଲିସ । ହେଲେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେଧଡ଼କ ବାଜୁଛି ଡିଜେ । ଗଣେଶପୂଜା ଭସାଣିରେ ବାଜିଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ । ଡିଜେର ତାଳେତାଳେ ନାଚିବା ସମୟରେ ଟଲିପଡ଼ିଲେ ଯୁବକ । ମୃତ ଯୁବକ ଜଣକ ହେଉଛନ୍ତି ୩୦ ବର୍ଷୀୟ ସୁରେଶ ଖରା । ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ରୟତକଲୋନି ଅଞ୍ଚଳରେ ଗଣେଶ ପୂଜା ଭସାଣିରେ ସମୟରେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି । ଏହି ଘଟଣା ପରେ ପରିବାର ଲୋକେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ତଦନ୍ତ କରୁଛି ଟାଉନ ଥାନା ପୁଲିସ ।
ଡିଜେ ସାଉଣ୍ଡ ନେଇଗଲା ଜୀବନ ; ଗଣେଶ ଭସାଣିବେଳେ ଯୁବକଙ୍କ ମୃତ୍ୟୁ
ଡିଜେ ନେଇଗଲା ଯୁବକଙ୍କ ଜୀବନ । ରାୟଗଡ଼ା ରୟତକଲୋନିରେ ଗଣେଶ ଭସାଣି ବେଳେ ଅଘଟଣ । ଡିଜେ ପାଇଁ ପୁଲିସର ବ୍ୟାପକ କଟକଣା ସତ୍ତ୍ବେ ମାନୁନାହାନ୍ତି ପୂଜା କମିଟି ।
/kanak/media/media_files/2025/09/06/dj-2025-09-06-17-16-14.jpg)