ରାୟଗଡ଼ା ପୌର ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗରେ ଆଜି ଆସିପାରେ ହାଇକୋର୍ଟଙ୍କ ରାୟ, ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିଲା ଅନାସ୍ଥା

୯ ତାରିଖରେ ହୋଇଥିଲା ଭୋଟ୍ । କୋର୍ଟଙ୍କ ରହିତାଦେଶକୁ ହୋଇନଥିଲା ଗଣତି ।

ଆଜି ହାଇକୋର୍ଟରେ ‘ରାୟଗଡ଼ା’ ରାୟ

ଆଜି ହାଇକୋର୍ଟରେ ‘ରାୟଗଡ଼ା’ ରାୟ Photograph: (Kanaknews)

କନକ ବ୍ୟୁରୋ: ରାୟଗଡା ପୌରା ଉପାଧ୍ୟାଖ୍ୟା ଶୁଭ୍ରା ପଣ୍ଡାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଘଟଣାରେ ଆଜି ଆସିପାରେ ହାଇକୋର୍ଟଙ୍କ ରାୟ । ଆଜି କୋର୍ଟ ଚୂଡାନ୍ତ ରାୟ ଶୁଣାଉଛନ୍ତି କି ପୁଣି ତାରିଖ ଘୁଞ୍ଚାଉଛନ୍ତି ତାହାରି ଉପରେ ରହିଛି ସମସ୍ତଙ୍କ ନଜର । 

କୋର୍ଟଙ୍କ ନିର୍ଦ୍ଦେଶ ମିଳିଲେ ଗଣତି ସହ ଫଳାଫଳ ଘୋଷଣା ହେବ । ଗତ ୯ ତାରିଖ ଦିନ ଭୋଟ ଗ୍ରହଣ ସାରିଥିଲା । ହେଲେ ଭୋଟିଂ ପୂର୍ବରୁ ଶୁଭ୍ରା ପଣ୍ଡା ଅନାସ୍ଥା ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ରହିତାଦେଶ ଯୋଗୁଁ ଗଣତି କି ଫଳାଫଳ ଘୋଷଣା ହୋଇନଥିଲା । ବର୍ତ୍ତମାନ ଭୋଟ ବାକ୍ସ କଡା ସୁରକ୍ଷା ଭିତରେ ଜିଲ୍ଲା କୋଷାଗାରରେ ରହିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe