କନକ ବ୍ୟୁରୋ: ରାୟଗଡା ପୌରା ଉପାଧ୍ୟାଖ୍ୟା ଶୁଭ୍ରା ପଣ୍ଡାଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ଘଟଣାରେ ଆଜି ଆସିପାରେ ହାଇକୋର୍ଟଙ୍କ ରାୟ । ଆଜି କୋର୍ଟ ଚୂଡାନ୍ତ ରାୟ ଶୁଣାଉଛନ୍ତି କି ପୁଣି ତାରିଖ ଘୁଞ୍ଚାଉଛନ୍ତି ତାହାରି ଉପରେ ରହିଛି ସମସ୍ତଙ୍କ ନଜର । 

Advertisment

କୋର୍ଟଙ୍କ ନିର୍ଦ୍ଦେଶ ମିଳିଲେ ଗଣତି ସହ ଫଳାଫଳ ଘୋଷଣା ହେବ । ଗତ ୯ ତାରିଖ ଦିନ ଭୋଟ ଗ୍ରହଣ ସାରିଥିଲା । ହେଲେ ଭୋଟିଂ ପୂର୍ବରୁ ଶୁଭ୍ରା ପଣ୍ଡା ଅନାସ୍ଥା ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ରହିତାଦେଶ ଯୋଗୁଁ ଗଣତି କି ଫଳାଫଳ ଘୋଷଣା ହୋଇନଥିଲା । ବର୍ତ୍ତମାନ ଭୋଟ ବାକ୍ସ କଡା ସୁରକ୍ଷା ଭିତରେ ଜିଲ୍ଲା କୋଷାଗାରରେ ରହିଛି ।