କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି ନା ବାହାର ରାଜ୍ୟକୁ ଚାଲିଯାଇଛି, ଏହାକୁ ନେଇ ପୁଣି ରାଜନୀତି ଜୋର୍ ଧରିଛି । ଆଉ ଏପରି ସମୟରେ ସାମ୍ନାକୁ ଆସିଛି ହାଇକୋର୍ଟଙ୍କ ବଡ଼ ରାୟ । ରତ୍ନଭଣ୍ଡାର ଚାବି ହଜିବା ନେଇ ଜନସ୍ବାର୍ଥ ମାମଲାରେ ରାୟ ଦେଇ ଉଚ୍ଚ ନ୍ୟାୟାଳୟ କହିଛନ୍ତି- ଦିନ ନଗଡ଼ାଇ ତତ୍ପରତା ଦେଖାନ୍ତୁ ସରକାର । ଆସନ୍ତା ୩ ମାସ ଭିତରେ ମହାପ୍ରଭୁଙ୍କ ସମସ୍ତ ରତ୍ନଅଳଙ୍କାର ଗଣତି ମଣତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
- ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ
- ଆସନ୍ତା ୩ ମାସ ଭିତରେ ଗଣତି ମଣତି ସାରିବାକୁ ନିର୍ଦ୍ଦେଶ
- ୧୯୭୮ର ଗଣତିମଣତି ରିପୋର୍ଟ ସହ ଏହାକୁ ମେଳ କରାଯିବ
- ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
- ବିଧାନସଭାରେ କମିସନଙ୍କ ରିପୋର୍ଟ ଉପସ୍ଥାପନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ
- ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟ ଉପସ୍ଥାପନ କରାଯାଉ
- ରିପୋର୍ଟ ୨୦୧୮ରୁ ସରକାରଙ୍କୁ ଦିଆଯାଇଥିଲେ ବି ହୋଇନି ଉପସ୍ଥାପନ
- ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ କରିବାକୁ କହିଲେ କୋର୍ଟ
- ଗଣତି ମଣତି ଓ କମିଟି ରିପୋର୍ଟ ପ୍ରସଙ୍ଗରେ ତତ୍ପରତା ଦେଖାନ୍ତୁ ସରକାର
- ଆଳସ୍ୟ ନଦେଖାଇ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ତାଗିଦ କଲେ ହାଇକୋର୍ଟ
- ୩ ମାସ ପରେ ପରବର୍ତ୍ତୀ ଶୁଣାଣିରେ ରିପୋର୍ଟ ଦାଖଲ କରିବେ ସରକାର
ଅଧିକ ପଢନ୍ତୁ: କେବେ ହେବ ରତ୍ନଭଣ୍ଡାର ଗଣତିମଣତି..ଖଟଶେଯରେ ଥିବା ରତ୍ନ ଅଳଙ୍କାର ସୁରକ୍ଷିତ ତ ?
ରତ୍ନଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ୩ ମାସରେ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ରତ୍ନଭଣ୍ଡାର ଗଣତି ମଣତି କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। କହିଛନ୍ତି, ଆମେ ପ୍ରସ୍ତୁତ ଅଛୁ, ମ୍ୟାନେଜିଂ କମିଟି ଏସ୍ଓପି ସଂଶୋଧନ କରି ଆଇନ ବିଭାଗକୁ ପଠାଇଛି। ଆଇନ ବିଭାଗ ଏହାକୁ ତର୍ଜମା କରି ବିଜ୍ଞପ୍ତି ପ୍ରକାଶ କରିବା ପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ। ଭିଡ଼ ନିୟନ୍ତ୍ରଣ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଉଚିତ ନୀତିକାନ୍ତି ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/12/high-court-ratna-bhandar-2026-02-12-21-17-52.jpg)