ତଳକୋର୍ଟର ରାୟକୁ ଓଲଟାଇଦେଲେ ହାଇକୋର୍ଟ ; ମୃତ୍ୟୁଦଣ୍ଡ ବଦଳରେ ୨ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

୨୦୧୭ ମସିହାର ଆଠମଲ୍ଲିକ ଟ୍ରିପଲ୍‌ ମର୍ଡର ମାମଲାରେ ହାଇକୋର୍ଟ ୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଦୁଇ ଅଭିଯୁକ୍ତ ପ୍ରକାଶ ବେହେରା ଓ ନନ୍ଦକିଶୋର ସେଠୀ ୭ ବର୍ଷ ଜେଲ୍‌ରେ ରହିବା ପରେ ଆଠମଲ୍ଲିକ ଅତିରିକ୍ତ ଦୌରାଜଜ୍‌ଙ୍କ ଅଦାଲତ ୨୦୨୪ ସେପ୍ଟେମ୍ବର ୨୭ରେ ଉଭୟଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ୪୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଦେଇଥିଲେ ରାୟ ।

angul fasi story

angul fasi story Photograph: (KANAK NEWS)

କନକ ବ୍ୟୁରୋ: ତଳକୋର୍ଟ ଦେଇଥିଲେ ମୃତ୍ୟୁଦଣ୍ଡ, ହେଲେ ନିର୍ଦ୍ଦୋଷରେ ଖଲାସ କଲେ ହାଇକୋର୍ଟ । ୨୦୧୭ ମସିହାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ଘଟିଥିବା ଗମ୍ଭାରିମଳିଆ ହତ୍ୟାକାଣ୍ଡରେ ଏଭଳି ରାୟ ଶୁଣାଇଛନ୍ତି ହାଇକୋର୍ଟ । ତେବେ ଉପଯୁକ୍ତ ପ୍ରମାଣ ଅଭାବରୁ ହାଇକୋର୍ଟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ଏବେ ଭୟଭୀତ ଅବସ୍ଥାରେ ମୃତକଙ୍କ ପରିବାର ।

  • ନିମ୍ନ ଅଦାଲତ ଦେଇଥିଲେ ଫାଶୀଦଣ୍ଡ
  • ହାଇକୋର୍ଟ କଲେ ନିର୍ଦ୍ଦୋଷରେ ଖଲାସ

୨୦୧୭ ମସିହାର ଆଠମଲ୍ଲିକ ଟ୍ରିପଲ୍‌ ମର୍ଡର ମାମଲାରେ ହାଇକୋର୍ଟ ୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଦୁଇ ଅଭିଯୁକ୍ତ ପ୍ରକାଶ ବେହେରା ଓ ନନ୍ଦକିଶୋର ସେଠୀ ୭ ବର୍ଷ ଜେଲ୍‌ରେ ରହିବା ପରେ ଆଠମଲ୍ଲିକ ଅତିରିକ୍ତ ଦୌରାଜଜ୍‌ଙ୍କ ଅଦାଲତ ୨୦୨୪ ସେପ୍ଟେମ୍ବର ୨୭ରେ ଉଭୟଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ । ୪୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ଦେଇଥିଲେ ରାୟ । ତେବେ ଏହା ବିରୋଧରେ ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ପ୍ରମାଣ କରିବାରେ ବିଫଳ ହେବାରୁ ହାଇକୋର୍ଟ, ଫାଶୀଦଣ୍ଡକୁ ରଦ୍ଦ କରିଛନ୍ତି । 

ସେପଟେ ହାଇକୋର୍ଟଙ୍କ ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୃତ ବିରଞ୍ଚିଙ୍କ ପରିବାର । ସେମାନେ ହାଇକୋର୍ଟରୁ କିଛି ନୋଟିସ୍ ପାଇନଥିବା କହିଛନ୍ତି । ହାଇକୋର୍ଟ ଅଭିଯୁକ୍ତ ମାନଙ୍କୁ ଦୋଷମୁକ୍ତ କରିବା ପରେ ଏବେ ସେମାନେ ଭୟଭୀତ ହୋଇପଡ଼ିଛନ୍ତି ଆଉ ନ୍ୟାୟ ପାଇଁ ସରକାରଙ୍କୁ କରିଛନ୍ତି ଗୁହାରି । 

ଜାଣିରଖିବା ଉଚିତ ଯେ, ୨୦୧୭ ଅକ୍ଟୋବର ୯ ତାରିଖ ବିଳମ୍ବିତ ରାତିରେ ଆଠମଲ୍ଲିକ ଗମ୍ଭାରିମଳିଆ ଗାଁର ବିରଞ୍ଚି ନାୟକ, ପତ୍ନୀ ତାରିଣୀ ନାୟକ ଓ ତାଙ୍କ ୭ ବର୍ଷୀୟ ପୁଅକୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ । ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ପ୍ରକାଶ ବେହେରା ଓ ନନ୍ଦକିଶୋର ସେଠୀ ୭ ବର୍ଷ ଜେଲ୍‌ରେ ସଜା କାଟିସାରିଛନ୍ତି । ଏବେ ହାଇକୋର୍ଟଙ୍କ ରାୟ ପରେ ମୃତ୍ୟୁଦଣ୍ଡ ଆଦେଶରୁ ହୋଇଛନ୍ତି ଦୋଷମୁକ୍ତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe