କନକ ବ୍ୟୁରୋ: ଗାଡ଼ି ଦୁର୍ଘଟଣା ପରେ ଦାବି କରାଯାଉଥିବା ବୀମା ଟଙ୍କାରେ ବଡ଼ଧରଣର ଜାଲିଆତି ସନ୍ଦେହ । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ୩୩ଟି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ।
ହାଇକୋର୍ଟଙ୍କ ନିର୍ଦ୍ଦେଶ
୩୦ଟି ଥାନାରେ ୩୩ଟି ଏମ୍ଏସିଟି ମାମଲାକୁ ନେଇ ସନ୍ଦେହ ରହିଛି
ଏମ୍ଏସିଟି ଅର୍ଥାତ୍ 'ମୋଟର ଆକ୍ସିଡେଣ୍ଟ କ୍ଲେମ୍ସ ଟ୍ରିବ୍ୟୁନାଲ୍'
ଜାଲିଆତି କରି ଟଙ୍କା ଦାବି କରାଯାଇଥିବା ବୀମା କମ୍ପାନିର ଆପତ୍ତି
ଷଡ଼୍ଯନ୍ତ୍ର ଓ ଟଙ୍କା ହେରଫେର ଥିବାରୁ ପୁଲିସ ତଦନ୍ତ କରିବାକୁ ଅସମର୍ଥ
ଆବଶ୍ୟକ ସାଧନ ଥିବାରୁ ସିବିଆଇ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ
ଦୁର୍ଘଟଣାରେ ମୃତ୍ୟୁ ହେଲେ ବୀମା କମ୍ପାନିଠାରୁ କ୍ଷତିପୂରଣ ଦାବି କରାଯାଏ। ଏଥିପାଇଁ ସ୍ୱତନ୍ତ୍ର ସଂସ୍ଥା 'ମୋଟର ଆକ୍ସିଡେଣ୍ଟ କ୍ଲେମ୍ସ ଟ୍ରିବ୍ୟୁନାଲ୍' ରହିଛି । ହେଲେ କେନ୍ଦୁଝର ଘଟଗାଁର ଏକ ଦୁର୍ଘଟଣା ମାମଲା ଓ ଦାବି କରାଯାଇଥିବା ବୀମା ଟଙ୍କାକୁ ନେଇ ଆପତ୍ତି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବୀମା କମ୍ପାନି। ଯାହାର ଶୁଣାଣି କରି ୩୩ଟି ସମାନଧରଣ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହାପରେ ସିବିଆଇ ଇନସ୍ପେକ୍ଟର ବିକାଶ କୁମାର ତଦନ୍ତ ଆରମ୍ଭ କରିଛନ୍ତି । ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୪ଟି କେସ୍ ରି-ଓପନ କରିଛି କେନ୍ଦ୍ରୀ. ତଦନ୍ତକାରୀ ସଂସ୍ଥା । ଲେଡି କନେଷ୍ଟବଳ ଶୁଭମିତ୍ରା ହତ୍ୟାକାଣ୍ଡରେ ବୀମା ଟଙ୍କା ଏକ ପ୍ରମୁଖ କାରଣ ବୋଲି ସନ୍ଦେହ କରାଯାଉଛି । କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ, ଅଭିଯୁକ୍ତ ଦୀପକ ତାଙ୍କୁ ହତ୍ୟା କରିଥିବା ଚର୍ଚ୍ଚା ଭିତରେ ପୁଣି ୩୩ଟି ଦୁର୍ଘଟଣା ମାମଲାରେ ବୀମା ଟଙ୍କା ପାଇଁ ଜାଲିଆତି ସନ୍ଦେହ ଆଲୋଚନାର ବିଷୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/21/bima-2025-09-21-20-08-22.jpg)